ସର୍ବିଆ ଅଭିନେତ୍ରୀଙ୍କୁ ବାହାହେବେ ହାର୍ଦିକ, ସରିଲା ନିର୍ବନ୍ଧ

ମୁମ୍ବାଇ : ନୂତନ ବର୍ଷ ଆରମ୍ଭ ହେବା ସହ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନିଜର ନୂଆ ଇନିଂଶ୍‌ ଆରମ୍ଭ କରିସାରିଛନ୍ତି। ୨୬ ବର୍ଷ ବୟସ୍କ ପାଣ୍ଡ୍ୟା ଏବେ ନିଜ ପ୍ରେମିକା ସର୍ବିଆ ଅଭିନେତ୍ରୀ ନତାସା ଷ୍ଟାଙ୍କୋଭିକଙ୍କ ସହ ବୁଧବାର ନିର୍ବନ୍ଧ କରି ନୂଆ ପାଳି ଘୋଷଣା କରିଛନ୍ତି। ବୁଧବାର ସାମାଜିକ ଗଣମାଧ୍ୟମରେ ନିଜେ ପାଣ୍ଡ୍ୟା ଏ ନେଇ ସୂଚନା ଦେଇଛନ୍ତି। ଏହି କଥା ଜଣାଇବା ପାଇଁ ୨୭ ବର୍ଷ ବୟସ୍କା ପ୍ରେମିକା ସହିତ ନିଜର ତିନିଟି ଅନ୍ତରଙ୍ଗ ଫଟୋ ଛାଡ଼ିବା ସହ ସେ ବଲିଉଡ୍ ଚଳଚ୍ଚିତ୍ର ‘ସାନ୍‌’ର ‘ଜାନୁ ମେରି ଜାନ୍‌’ ଗୀତର ସହଯୋଗ ନେଇଥିଲେ। ପାଣ୍ଡ୍ୟା ଛାଡ଼ିଥିବା ଫଟୋରେ ତାଙ୍କ ପ୍ରେମିକା ନତାସା ନିର୍ବନ୍ଧ ମୁଦି ପିନ୍ଧିଥିବା ଦେଖିବାକୁ ମିଳୁଛି। ୦୧.୦୧.୨୦୨୦ ତାରିଖକୁ ସୂଚେଇବା ସହ ପାଣ୍ଡ୍ୟା ଲେଖିଥିଲେ, ‘ମେ ତେରା, ତୁ ମେରି ଜାନେ, ସାରା ହିନ୍ଦୁସ୍ତାନ (ମୁଁ ତୋର, ତୁ ମୋର, ଜାଣୁ ସାରା ହିନ୍ଦୁସ୍ତାନ)। ପାଣ୍ଡ୍ୟାଙ୍କ ଏହି ପୋଷ୍ଟ୍ ସାମାଜିକ ଗଣମାଧ୍ୟମରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ମଙ୍ଗଳବାର ନିଜ ପ୍ରେମିକା ସହ ଆଉ ଏକ ଫଟୋ ଛାଡ଼ି ପାଣ୍ଡ୍ୟା ମଧ୍ୟ ଆଗୁଆ ସୂଚନା ଦେଇଥିଲେ। ଶେଷରେ ବୁଧବାର ଦୁବାଇରେ ହିଁ ଉଭୟଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି। ନତାସା ରିଅଲିଟି ସୋ ‘ବିଗ୍‌ ବସ୍‌’ର ଜଣେ ପୂର୍ବ ପ୍ରତିଯୋଗୀ। ସେ ମଧ୍ୟ ଲୋକପ୍ରିୟ ରାପର ବାଦ୍‌ଶାହାଙ୍କ ମ୍ୟୁଜିକ୍‌ ଭିଡ଼ିଓ ବନ୍ଦୁକ୍‌ରେ ଦେଖିବାକୁ ମିଳିଥିଲା ବେଳେ ବଲିଉଡ୍‌ ମୁଭିରେ କେତେକ ନୃତ୍ୟରେ ସାମିଲ ଥିଲେ। ସୂଚନାଯୋଗ୍ୟ, ଆହତ କାରଣରୁ ଭାରତୀୟ ଦଳରୁ ବାହାରେ ଥିବା ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ