ସର୍ବୋତମ ସୋସିଆଲ ଅର୍ଗାନାଇଜେସନ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ସର୍ବୋତମ ସୋସିଆଲ ଅର୍ଗାନଇଜର ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମିଳିତ ସହଯୋଗରେ ବ୍ଳକର ଅଲଣାହାଟ ଉଚ୍ଚ ବିଦ୍ୟାଳୟ, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟ, କଂଟୁଣିଆ ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ କରାଯାଇଥିଲା । ଦିନକୁ ଦିନ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ମନୁଷ୍ୟକୃତ ଯୋଗୁ ବୃକ୍ଷ ନଷ୍ଟ ହେଉଛି । ଦୃତଗତିରେ ଶିଳ୍ପାୟନ ବୃଦ୍ଧି ପାଉଥିବା ବେଳେ ବୃକ୍ଷ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଯାହାର କୁପ୍ରଭାବ ପରିବେଶ ଉପରେ ପଡୁଅଛି । ପରିବେଶକୁ ସୁସ୍ଥ,ସୁନ୍ଦର ରଖିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଜରୁରୀ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଉକ୍ତ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିବା ମୁଖ୍ୟ ଅତିଥି ଭାବେ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ପାଢୀ, ଡାକ୍ତର ସର୍ବେଶ୍ୱର ପରିଡା, ରବିନ୍ଦ୍ର ପଟ୍ଟନାୟକ, ଅର୍ଗାନାଇଜେସନର ସଭାପତି ରବିନ୍ଦ୍ର ବେହେରା,ଅବସରପ୍ରାପ୍ତ ବାୟସେନା ଅଧିକାରୀ ଅଶୋକ କୁମାର ରାୟ, ନାଉଗାଁ ଷ୍ଟେଟ ବ୍ୟାଙ୍କର ଶାଖା ପ୍ରବନ୍ଧକ ଅରବିନ୍ଦ୍ ପାତ୍ର ପ୍ରମୁଖ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ବ୍ଳକର ବିଭିନ୍ନ ସ୍ଥାନରେ ୬ଶହରୁ ଉର୍ଦ୍ଧ୍ୱ ଲିମ୍ବ, କରଂଜ, ପିଜୁଳି, ଆମ୍ବ, ଅର୍ଜ୍ଜୁନ, ଜାମୁ ଆଦି ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପରିବେଶ ଉପରେ ସଚେତନ କରାଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୋସିଆଲ ଆର୍ଗାନାଇଜେସନର ସଂପାଦିକା ସୁଶ୍ରୀ ଶ୍ରାବଣୀ ରାୟ,ଅମରେନ୍ଦ୍ର ରାୟ, ଦୀପନ ରାୟ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ