ସର୍ବ ଭାରତୀୟ ଉର୍ଦ୍ଧୁ ମୁସାୟାରାର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସେପ୍ଟେମ୍ବରମାସ ୧୧ତାରିଖ ରବିବାର ସନ୍ଧ୍ୟାରେ ପୈାରସଂସ୍ଥା ଟାଉନହଲ ପରିସରରେ ଓଡିଶା ଉଦ୍ଧ୍‌ୁର୍ ଏକାଡେମୀ ପକ୍ଷରୁ ସର୍ବ ଭାରତୀୟ ଉର୍ଦ୍ଧୁ ମୁସାୟାରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ଉତ୍ସବରେ ରାଜ୍ୟ ତଥା ଜାତୀୟ ସ୍ତରର ଉଦ୍ଧ୍‌ୁର୍ କବିମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଉଦ୍ଧ୍‌ୁର୍ ଭାଷାର ପ୍ରଚାର ପ୍ରସାର ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି ଉପଲକ୍ଷେ ସ୍ଥାନୀୟ ଉଦ୍ଧ୍‌ୁର୍ ପାଠାଗାର ପରିସରରେ ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ମୁସଲିମ କମିଟିର ମୁଖ୍ୟ ଓହିଦୁଲ ହକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ନଗରପାଳଙ୍କ ପ୍ରତିନିଧର ରଞ୍ଜିତ କୁମାର ସାହୁ, ମହମ୍ମଦ ଅମୀର, ସୟଦ ଅକମଲ ଅଲ୍ଲୀ, ସେକ ଲିୟାକତ ଅଲ୍ଲୀ(ନସ୍ରୁ), ମହମ୍ମଦ ସେକ ଇନାୟତ, ମୁକ୍ତାର ଖାଁ, ସୟଦ ଅବଦୁଲ ସତ୍ତାର, ଏନାମୁଲ ହକ, ସେକ ଆସଲମ, ସେକ ନସିମୁଦ୍ଦିନ, ସେକ ମେହେବୁବ, ସାବିର ଖାନ, ମହମ୍ମଦ ପାୟାଜ, ସେକ ଜାହାଙ୍ଗିର, ସେକ ସଲାଉଦ୍ଦିନ, ସେକ ଗୋଫ୍ରାନ, ସେକ ଅଜଗର ଅଲ୍ଲୀ, କଲିମ ଖାଁ, ସେକ ମନସୁର, ସେକ ରହେମତ, ମହମ୍ମଦ ମାମୁର, ଅମଜାଦ ଖାନ, ସେକ ବରକାତୁଲ୍ଲା, ମୀର ସଫିକ, ତାଜୁଦ୍ଦିନ ଖାଁ, ରାହିଲ ଖାଁ, ସେକ ଲିୟାକତ ହୁସେନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ