ସର୍ବ ଭାରତୀୟ କିଷାନ ମଜଦୁର ପରିଷଦର ସାଧାରଣ ସଭା
ବ୍ରହ୍ମପୁର ,(ଯୁଗାବ୍ଦ ନ୍ରୁ୍ୟଜ୍) : ବ୍ରହ୍ମପୁର ଗିରି ମାର୍କେଟ ସ୍ଥିତ ପ୍ରକାଶମ ହଲରେ ଅଖିଳ ଭାରତ କିଶାନ ସଭାର ଭାରତୀୟ ସାଧାରଣ ପରିଷଦର ଦ୍ୱିତୀୟ ଦିନରେ ରାଜ୍ୟରୁ ଆସିଥିବା ଚାଷୀ ନେତା ମାନେ କୃଷି ସମସ୍ୟା ଉପରେ ଆଲୋକପାତ କରିଥିଲେ । । ଆଜିର ଅଧିବେଶନରେ ସଂଗଠନର ଜାତୀୟ ଉପ ସଭାପତି ସୁଶାନ୍ତ କୁମାର ଝା ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।ଚାଷୀ ମାନଙ୍କ କୈାଣସି ସୁବିଧା ମିଳୁଥିବାରୁ ଚାଷୀ ମାନେ ବିଭିନ୍ନ ସମୟରେ ସମସ୍ୟା ଘେରରେ ରହି ଅନଟନରେ ରହି ଆତ୍ମହତ୍ୟା କରୁଛନ୍ତି । ଏହି ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଗୁରୁତ୍ୱ ପୂର୍ଣ୍ଣ ରୋପ ହୋଇଥିଲା । କୄଷି ସଙ୍କଟର ସମାଧାନ, ସମସ୍ତ ପ୍ରକାର କୃଷି ଋଣ ଛାଡ, ଫସଲର ଉତ୍ପାଦନ ଖର୍ଚ୍ଚକୁ ହ୍ରାସ କରିବା, ଉତ୍ପାଦିତ ମୁଲ୍ୟର ଦେଢ ଗୁଣରେ ଫସଲ କିଣିବା, ସବୁ ଜମିକୁ ଜଳସେଚନର ବ୍ୟବସ୍ଥା, ସବୁ ଭୂମିହୀନଙ୍କୁ ଜମି ପ୍ରଦାନ, ଆଦିବାସୀ ଓ ବନଜୀବିଙ୍କୁ ଜଙ୍ଗଲ ଅଧିକାର, ସବୁ ଚାଷୀଙ୍କୁ ସର୍ବନିମ୍ନ ମାସିକ ପାଞ୍ଚ ହଜାର ଟଙ୍କା ପେନସନ୍, ଭାଗଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ଆଇନ ପ୍ରଣୟନ ଆଜି ଦାବି କରାଯାଇଥିଲା ।


