ସର୍ବ ଭାରତୀୟ ସଂଗ୍ରାମ ଜେନା ମେମୋରିଆଲ ଭଲ୍ଲିବଲ ଟୁର୍ଣ୍ଣାମେଣ୍ଟ
ହାଟଡ଼ିହି, (ବିକାଶ ବିଶ୍ୱାଳ):କଂଗ୍ରେସ ନେତା ସ୍ୱର୍ଗତ ସଂଗ୍ରାମ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମଥର ପାଇଁ ହାଟଡିହି ଠାରେ ଆରମ୍ଭ ହୋଇଥିବା ସର୍ବଭାରତୀୟ ଭଲ୍ଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବିଶାଖାପାଟଣା ଭଦ୍ରକର ସୂର୍ଯ୍ୟଶିକ୍ଷା କ୍ଲବକୁ ୨-୧ରେ ପରାସ୍ତ କରି ଚମ୍ପିୟନ ହୋଇଛି । ସଂଗ୍ରାମ ସେନା ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର କାଉନସିଲର କୃଷ୍ଣଚନ୍ଦ୍ର ରଣା, ସମତନାୀତ ଅତିଥି ଭାବେ ପୁର୍ବତନ ଭଲ୍ଲିବଲ ଖୋଳାଳୀ ରାଧାଗୋବିନ୍ଦ ଦାଶ, ଛବିନ୍ଦ୍ର ନାୟକ, ଜଗବନ୍ଧୁ ରାଉତ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବଣ୍ଟନ କରିଥିଲେ । ଏଥିରେ ଦେଶର ବିଭିନ୍ନ ଭାଗରୁ ୬ଟି ଦଳ ଭାଗନେଇଥିଲେ । ରମାକାନ୍ତ ପଟ୍ଟନାୟକ ରେଫେରୀ ଭାବେ ଖେଳ ପରିଚାଳନା କରିଥିବାବେଳେ ମନୋଜ ପାତ୍ର, ଚିତ୍ତ ରଞ୍ଜନ ପାତ୍ର, ଚିନ୍ମୟ ନାୟକ, ପ୍ରଶାନ୍ତ ନାୟକ, ପ୍ରଦୀପ ଜେନା, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ସଝା, ଅମୀୟ ନାୟକ, ପଦ୍ମନାଭ ସାମଲ, ସେଖ ସୁଲେମାନ, ସାୟଦ ମେଫୁଜଙ୍କ ସମେତ ସଂଗ୍ରାମସେନାର କର୍ମକର୍ତ୍ତା ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ହଜାର ହଜାର କ୍ରୀଡାପ୍ରେମୀ ଦର୍ଶକ ଅଧାରାତି ପର୍ଯ୍ୟନ୍ତ ଉପସ୍ଥିତ ରହି ଏହି ମ୍ୟାଚକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।