ସର୍ବ ସାଧାରଣ ରାସ୍ତା ଅବରୋଧ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ତହସିଲ ଅନ୍ତର୍ଗତ ଭାରିଗୋଳ ଗ୍ରାମର ଭୋଳହାଟ ଠାରୁ ବଡ ବେତରା ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାକୁ ଅବରୋଧ କରାଯାଇ ଥିବା ଅଭିଯୋଗ ହୋଇଛି । ଜାଗୁଳାଇ ଠାକୁରାଣୀ ଠାରୁ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଅବରୋଧ କରାଯାଇ ଥିବା ନେଇ ଗ୍ରାମାବସୀଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ନିକଟରେ ଅଭିଯୋଗ ହୋଇଛି । କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ରାସ୍ତାର ଅର୍ଦ୍ଧାଧିକ ଅଂଶକୁ ହାଣି ନିଜ ଜମିରେ ମିଶାଇଦେବା ସହ ସେହି ରାସ୍ତା ଅବରୋଧ ଜମିରେ ନଡିଆ, ଗୁଆ, କଦଳୀ ଗଛ ପ୍ରମୁଖ ଲଗାଇବା ସହ ବାଡବନ୍ଦୀ କରିଦେଇଥିବାରୁ ସାଧାରଣ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାରି ଚକିଆ ଯାନ, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ପ୍ରଭୃତି ଯାନ ଗୁଡିକ ଯାତାୟତରେ ଗୁରୁତ୍ତର ବାଧା ସୃଷ୍ଟି ହୋଇଛି । ତୁରନ୍ତ ସେହି ରାସ୍ତାର ଉଭୟ ପାଶ୍ୱର୍କୁ ମାପଚୁପ କରାଯାଇ ଅବରୋଧ ମୁକ୍ତ କରାଇବାକୁ ବଡବେତରା ସରପଞ୍ଚ ସଂଯୁକ୍ତା ମହାପାତ୍ର, ଅନନ୍ତ କୁମାର ପରିଡା, ରାମଚନ୍ଦ୍ର ବାରିକ, ବୈଷ୍ଣବ ଚରଣ ବାରିକ, ବିଜନ ରାୟ, ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜବରଦଖଲ ହଟାଇବାକୁ ଦାବି କରିଛନ୍ତି ।


