ସଲାମ କରୋନା ଯୁଦ୍ଧର ସୈନିକ

ପୋଲସରା,(ଅନିଲ କୁମାର ମହାରଣା):କରୋନା ସଂକ୍ରମଣ ଭୟରେ ସାରା ରାଜ୍ୟ ଓ ଦେଶ ଲକ୍ ଡାଉନ୍ । ପ୍ରଶାସନର ନିୟମକୁ ମାନି ସମସ୍ତେ ନିଜ ଘରେ ସୁରକ୍ଷାର ବଳୟ ମଧ୍ୟରେ ଅଛନ୍ତି । ହେଲେ କରୋନାର ଏଭଳି ବିପତ୍ତି ସମୟରେ ସଂପୂର୍ଣ୍ଣ ପରିବେଶର ସୁରକ୍ଷା ଓ କୁଢ଼କୁଢ଼ ଅଳିଆ ଆବର୍ଜନାକୁ ସଫେଇ କରିବାକୁ ନେଇ କେବେବି ଅବହେଳା କରିନାହାଁନ୍ତି ପୋଲସରା ଏନ୍.ଏ.ସି ର ସମସ୍ତ ସଫେଇ କର୍ମଚାରୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପୌରସଂସ୍ଥାର ସଫେଇ କର୍ମଚାରୀ ବୃନ୍ଦ।ଲକ୍ ଡାଉନ୍ ବେଳେ ପୋଲସରା ସହର ରାତି ୧୦ ଟା ସମୟରେ ନିଃଶବ୍ଦ ହୋଇ ଶୋଇ ରହିଥିବା ବେଳେ ପୋଲସରା ଏନ୍.ଏ.ସି. ର ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟରତ । ନିଜ କର୍ତ୍ତବ୍ୟ ପାଇଁ ମହାମାରୀ କରୋନା ସମ୍ମୁଖରେ ନିଜ ଜୀବନକୁ ବାଜି ଲଗାଇ ପରିବେଶ ଓ ସମାଜର ସୁରକ୍ଷା ନିମନ୍ତେ ହାତରେ ଝାଡୁ ଧରି କୁଢ଼ କୁଢ଼ ଅଳିଆ ଆବର୍ଜନା ସଫାସୁତୁରା କରିବାରେ ଲାଗିଥାନ୍ତି ସଫେଇ କର୍ମଚାରୀ ବୃନ୍ଦ। କରୋନା ମହାଯୁଦ୍ଧର ଜଣେ ନିର୍ଭୀକ ସୈନିକ ଭାବେ କରୋନା ସଂକ୍ରମଣ ହେବାର ଭୟ ନରଖି ନିଜ ମୁହଁରେ ମାସ୍କ ପିନ୍ଧି କରୋନା ଭୂତାଣୁ କୁ ପୋଲସରା ସହରରେ ପ୍ରତିରୋଧ କରିବା ପାଇଁ ଏହି ସଫେଇ କର୍ମଚାରୀମାନେ ଝାଡୁଧରି ନିଷ୍ଟାର ସହ କର୍ତ୍ତବ୍ୟ ପାଳନ କରୁଛନ୍ତି। ସଲାମ କରୋନା ଯୁଦ୍ଧର ସୈନିକ ପୌରସଂସ୍ଥାର ସଫେଇ କର୍ମଚାରୀ ସାଥି ବୃନ୍ଦ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ