ସଲିମ ବିଜେପି ସଂଖ୍ୟାଲଘୁ ସେଲ ରାଜ୍ୟ ଉପସଭାପତି ମନୋନୀତ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡାର ବରିଷ୍ଠ ବିଜେପି ନେତା ମହମ୍ମଦ ସଲିମ ଖାନଙ୍କୁ ବିଜେପି ସଂଖ୍ୟାଲଘୁ ସେଲର ରାଜ୍ୟ ଉପସଭାପତି ଭାବେ ରାଜ୍ୟ ସଭାପତି ସମିର ମହାନ୍ତିଙ୍କ ଅନୁମୋଦନକ୍ରମେ ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ମନୋନୀତ କରିଛନ୍ତି । ଏହି ନିଯୁକ୍ତି ପାଇଁ ମହମ୍ମଦ ସଲିମ ଖାନ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ମହାନ୍ତି, ରାଜ୍ୟ ସାଂଗଠନିକ ସମ୍ପାଦକ ମାନସ ମହାନ୍ତି, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସମେତ କେନ୍ଦ୍ରାପଡା ବିଜେପିର ସମସ୍ତ ବରିଷ୍ଠ ବିଜେପି ନେତାମାନଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ସଂଖ୍ୟାଲଘୁ ସଂପ୍ରଦାୟକୁ ସଂଗଠିତ କରିବାରେ ସଲିମଙ୍କ ପୂର୍ବରୁ ବହୁ ଅଭିଜ୍ଞତା ରହିଛି । ନିକଟରେ ସଲିମ ଆସାମ ରାଜ୍ୟର ସାଧାରଣ ନିର୍ବାଚନରେ ଦଳର ପ୍ରାର୍ଥିମାନଙ୍କ ପାଇଁ ପ୍ରଚାର କରିବାକୁ ଯାଇ ନିଜର ଦକ୍ଷତା ପ୍ରତିବାଦନ କରିଛନ୍ତି । ଆଗକୁ ଦଳର ସଂଖ୍ୟାଲଘୁ ସଂପ୍ରଦାୟର ସଂଗଠନକୁ ଆହୁରି ମଜଭୁତ କରି ଦଳ ସପକ୍ଷରେ ସଫଳତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସଲିମ । କେବଳ କେନ୍ଦ୍ରାପଡା ଜିଲ୍ଲାରେ ନୁହେଁ ରାଜ୍ୟ ସ୍ତରରେ ମଧ୍ୟ ସଲିମ ଏକ ପରିଚିତ ଚେହେରା । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ନିଜର କାର୍ଯ୍ୟରେ ଆଗକୁ ନେଇ ଦଳର ସଂଗଠନକୁ ମଜଭୁତ କରିବାକୁ ସେ ପ୍ରୟାସ କରିବେ ବୋଲି କହିଛନ୍ତି । ଏହି ନିଯୁକ୍ତିକୁ ନେଇ ଜିଲ୍ଲା ସଭାପତି ଶ୍ରୀ ପଣ୍ଡା, ସାଧାରଣ ସମ୍ପାଦକ ସରୋଜ ନାୟକ, ଅଭିମନ୍ୟୁ ଗୋଛାୟତ, ଶଶାଙ୍କ ଶେଖର ସେଠୀ, ଯୁବମୋର୍ଚ୍ଚା ସଭାପତି ବିନ୍ଦୁ ସାଗର ଦାସ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ, କୃଷକମୋର୍ଚ୍ଚା ସଭାପତି ରଣଜିତ ।ାଚାର୍ଯ୍ୟ, ବରିଷ୍ଠନେତା ସୁନାକର ବେହେରା, ଡଃ. କଳ୍ପନା ମଲ୍ଲିକ, ବିଜୟ ପ୍ରଧାନ, କୃଷ୍ଣଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା ସଭାପତି ସେକ ବୁରହାନ ଅଲ୍ଲୀ, ଉପସଭାପତି ମୋହନା କରାମତ ବେଗ, ସେକ ଇସଲାମୁଦ୍ଦିନ, ଏଇନୁଲ ଖାନ,ଅବଦୁଲ ବେଲାଖାନ, ସାଧାରଣ ସମ୍ପାଦକ ମୀର ସଲିମ, ସେକ ମେହେରୁଲ୍ଲା, ସମ୍ପାଦକ ଅଫସର ଅଲ୍ଲୀ, ସେକ ଖଲିଦ ଅହମତ, ମହମ୍ମଦ ରିୟାଜ ଅହମତ, ମୀର ଜୁଲଫିକର ।ଲ୍ଲୀ, ସରଫରାଜ ଖାନ, କୋଷାଧ୍ୟକ୍ଷ ଅଜମଲ ଖାନ, ନଗର ସଭାପତି ମହମ୍ମଦ ଆଝାରୁଦ୍ଦିନ ପ୍ରମୁଖ ସଲିମଙ୍କୁ ଅଭିନନ୍ଦନ ଓ ଶୁଭାଛା ଜଣାଇଛନ୍ତି ।