ବ୍ଳକସ୍ତରୀୟ ଏକ ଦିବସୀୟ ଭିନ୍ନକ୍ଷମ ଶିଶୁ ଚିହ୍ନଟ ପ୍ରଶିକ୍ଷଣ ଶିବିର

ନାଉଗାଁ, (ୱାଇଏନ୍‌ଏସ୍‌): ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବ୍ଳକସ୍ତରୀୟ ଏକଦିବସୀୟ ଭିନ୍ନକ୍ଷମ ଶିଶୁ ଚିହ୍ନଟ ପ୍ରଶିକ୍ଷଣ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନାଉଗାଁ ବ୍ଲକ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର କୁମାର ପ୍ରଧାନ, ସିଡିପିଓ କାଂଚନମାଳା ମହାନ୍ତି, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବାଶୀଷ ସ୍ୱାଇଁ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ବେହେରା, ବିଆରଟି ନବକିଶୋର ଖଟାଇ, ପ୍ରଦୀପ୍ତ କୁମାର ପରିଡା ପ୍ରମୁଖ ଯୋଗ ଦେଇ ୦ ରୁ ୬ ବର୍ଷର ଭିନ୍ନକ୍ଷମ ଶିଶୁ ମାନଙ୍କୁ କିପରି ଚିହ୍ନଟ କରିବେ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ବ୍ଳକର ସମସ୍ତ ଅଙ୍ଗନୱାର୍ଡୀ କର୍ମୀ ଓ ଆଇସିଡିଏସର ସୁପରଭାଇଜମାନେ ଯୋଗ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ