ସଶକ୍ତ ଓଡ଼ିଶାର ମହିଳା ସଶକ୍ତିକରଣ ଅଭିଯାନ ସହିତ ବାଗ୍ମୀ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠ ସାମ୍ବାଦିକ ତଥା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ୬୮ତମ ଜନ୍ମସପ୍ତାହ ଅବସରରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡ଼ିଶା ପକ୍ଷରୁ ସୋମବାର ସ୍ଥାନୀୟ ସିଆରପି କାର୍ଯ୍ୟାଳୟଠାରେ ମହିଳା ସଶକ୍ତିକରଣ ଅଭିଯାନ ସହିତ ବାଗ୍ମୀ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଗୋଲକ ମହାପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ବାବା କୃଷ୍ଣ ମହାରାଜ, ଭାଷାପ୍ରାଣ ନବକିଶୋର ପ୍ରଧାନ, ସାଧୁଚରଣ ବେହେରା ପ୍ରମୁଖ ଯୋଗ ଦେଇ ସଶକ୍ତ ଓଡ଼ିଶାର ମହିଳା ସଶକ୍ତିକରଣ ଅଭିଯାନ ଏକଲକ୍ଷ ମହିଳାଙ୍କୁ ଆତ୍ମନିଯୁକ୍ତି ନିମନ୍ତେ ସଚେତନତା, ପ୍ରତ୍ୟେକ ମହିଳାଙ୍କୁ ୫ ଲକ୍ଷ ଟଙ୍କା ଋଣ ଯୋଜନା ସହିତ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି ।ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଭିନ୍ନ କଲ୍ୟାଣମୁଖୀ ଯୋଜନାଗୁଡ଼ିକୁ ଶୁଭ ଜନ୍ମଦିନ ଅବସରରେ ଘରେ ଘରେ ପହଞ୍ଚାଇବାର ସମୟ ଆସିଯାଇଛି ବୋଲି ମୁଖ୍ୟଅତିଥି ଶ୍ରୀଯୁକ୍ତ ମହାପାତ୍ର ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ, ଭାରତ ହେଉଛି ସବୁ କ୍ଷେତ୍ରରେ ବିଶ୍ୱଗୁରୁ । ଆମର ଭାଷା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଯେକୌଣସି ରାଷ୍ଟ୍ର ଠାରୁ ଉନ୍ନତ ଓ ସମୃଦ୍ଧ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସମାଜସେବୀ ନାରାୟଣ ଖୁଣ୍ଟିଆ, ସାମ୍ବାଦିକା ଅନିତା, ସମ୍ପାଦକ ମଦନ ମୋହନ ପାଢୀ, ରମେଶ କୁମାର ମହାପାତ୍ର, ସୁନ୍ଦରଗଡ଼ରୁ ଆସିଥିବା ମହିଳା ତ୍ୟେଜମୟୀ ପଟେଲ ପ୍ରମୁଖଙ୍କୁ ବାଗ୍ମୀ ପ୍ରଦ୍ୟୁମ୍ନ ପ୍ରତିଭା ସମ୍ମାନରେସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ମହିଳାମାନଙ୍କ ଦ୍ୱାରା ଗୋବରରେ ପ୍ରସ୍ତୁତ ବଳିତ, ଦୀପର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।