ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟରେ ଯୋଗଦାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକରେ ଆଜି ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରିୟଙ୍କା ତ୍ରିପାଠୀ ଦାଇତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସହକାରୀ ଅଧ୍ୟାପିକା ଭାବେ ୨୦୧୮ମସିହାରୁ କାର୍ଯ୍ୟ କରି ଆସୁଥିଲେ । ଏବେ ରାଜ୍ୟ ସରକାରଙ୍କ ତରଫରୁ ନୂତନ ନିର୍ବାହୀ ଯନ୍ତ୍ରୀ ପଦବୀରେ ନିଯୁକ୍ତ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକରେ ଦୀର୍ଘ ୨ବର୍ଷରୁ ଅଧିକ ହେବ ସଫଳତାର ସହ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସିଦ୍ଧାର୍ଥ ଶଙ୍କର ଦାସଙ୍କ ଠାରୁ ଆଜି ନବନିଯୁକ୍ତ ଯନ୍ତ୍ରୀ ସୁଶ୍ରୀ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ନୂତନ ଯନ୍ତ୍ରୀଙ୍କୁ ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ବ୍ଲକର ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ସ୍ୱାଗତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ