ସହଯୋଗ ତାଲିମ୍ ଶିବିର ଉଦଯାପିତ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ମହାନଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଙ୍କ ତିନିଦିନିଆ ସହଯୋଗ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପରିବେଶ ସୁରକ୍ଷା ସ୍ୱଚ୍ଛତା ଶିକ୍ଷା ବାତାବରଣ ସୃଷ୍ଟି ମଧ୍ୟାହ୍ନ ଭୋଜନ ପରିଚାଳନା ସମେତ ବିଭିନ୍ନ କ୍ଷେତ୍ରରେ ଶିକ୍ଷା କମିଟି ର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ତାଲିମ୍ ପ୍ରଦାନ କରାଯାଇଥିଲା। ଶିକ୍ଷା କମିଟି ସଭାପତି ବିନାୟକ ଦାଶ ଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ ଆକୁଳ ଚନ୍ଦ୍ର ଚୌଧୁରୀ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଶୁକଦେବ ମଲ୍ଲିକ କ୍ଲଷ୍ଟର ସଂଯୋଜକ ଅଶୋକ ମଲ୍ଲିକ ଅଭିଭାବକ କେ ଶ୍ୟାମସୁନ୍ଦର ଦୋରା ପ୍ରମୁଖ ଶିକ୍ଷା କମିଟି ର ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ।ପରିଚାଳନା କମିଟି ସଦସ୍ୟ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ