ବେଆଇନ ଇଟା ଭାଟି ବିରୋଧରେ କଡ଼ା କାର୍ଯ୍ୟାନଷ୍ଠାନ ପାଇଁ ସାନଖେମୁଣ୍ଡି ତହସିଲଦାର ଙ୍କୁ ସ୍ମାରକପତ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ସାନଖେମୁଣ୍ଡି ତହସିଲ ଅଧିନରେ ଗଢିଉଠିଛି ସହ ସହ ପୋଡ଼ା ଇଟା ଭାଟି ବେଆଇନ ଭାବେ ଗ୍ରୀନ ଟ୍ରିବୁନାଲ ଆଇନ୍ କୁ ଅମାନ୍ୟ ପରିବେଶ ପ୍ରଦୂଷଣ କରି ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ଗମ୍ଭାରିଗୁଡା ମୌଜାର କରାଖଣ୍ଡି ଗ୍ରାମକୁ ଲାଗି ଗଢ଼ି ଉଠିଥିବା ଏକ ବେଆଇନ ଇଟାଭାଟି ବନ୍ଦ କରିବା ଦାବୀରେ ଆନ୍ତର୍ଜାତିକ ମାନବାଧିକାର ପରିଷଦ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ସାନଖେମୁଣ୍ଡି ତହସିଲଦାର ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।କରାଖଣ୍ଡି ଗ୍ରାମର ଜନବସତିର ମାତ୍ର ୧୦୦ ମିଟର ଦୂରତା ସହ ପୂର୍ତ୍ତ ବିଭାଗ ରାସ୍ତା କଡେ ଇଟାଭାଟି ଉଠିଥିବା ବେଳେ କେନାଲ ମଠ ମନ୍ଦିର ଅଙ୍ଗନବାଡ଼ି କେନ୍ଦ୍ର ବିଦ୍ୟାଳୟ ଘୋଡ଼ାହାଡ ନଦୀ ପ୍ରଭୃତି ଲାଗି ରହିଥିବା ଓ ଧୂଆଁ ତାତି ରେ ଗ୍ରାମ୍ୟଜୀବନ ଅତିଷ୍ଠ ହେଉଥିବ ଦର୍ଶାଯାଇଛି। ରାଜସ୍ୱ ଅଧିନିୟମ ପରିବେଶ ଆଇନ ଉଲଂଘନ କରି ଇଟାଭାଟି ଚାଲିଥିବା ଅଭିଯୋଗ କରାଯାଇଛି । କରାଖଣ୍ଡି ଗ୍ରାମବାସୀଙ୍କ ଅଭିଯୋଗ କୁ ଭିତ୍ତି କରି ମାନବାଧିକାର ପରିଷଦ ପକ୍ଷରୁ ତହସିଲଦାର ଡ ଶ୍ରୀନିବାସ ବେହେରାଙ୍କ ସହ କର୍ମକର୍ତ୍ତା ମାନେ ଆଲୋଚନା କରିଛନ୍ତି। ସମସ୍ତ ଗାଇଡଲାଇନ୍ ପାଳନ ସହ ନିୟମ ମୁତାବକ ଇଟାଭାଟି ଚାଲିଥିବା ତହସିଲଦାର ପ୍ରକାଶ କରିବା ସହ ୧୫ ଦିନ ମଧ୍ୟରେ ଅଭିଯୋଗ ର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଜିଲ୍ଲା ସଭାପତି ସାଇ ପ୍ରସାଦ ପରିଡ଼ା ସମ୍ପାଦକ ପ୍ରଦୀପ କୁମାର ନାୟକ ଉପସଭାପତି ଜି ପ୍ରକାଶ ପାତ୍ର ଦକ୍ଷିଣଓଡିଶା ଯୁବ ଉପସଭାପତି ମିହିର କୁମାର ବେହେରା ଜିଲ୍ଲା ଯୁବ ଉପ ସଭାପତି ନିଳାଞ୍ଚଳ ସେଠୀ ଉପ ସମ୍ପାଦକ କିରଣ କୁମାର ସାହୁ ବୁଗୁଡ଼ା ବ୍ଲକ୍ ସଭାପତି ଗୀତାଞ୍ଜଳି ପ୍ରଧାନ ଖଲିକୋଟ ସଭାପତି ସୁମିତ୍ରା ତରେଇ କବିସୂର୍ଯ୍ୟନଗର ସଭାପତି ମଞ୍ଜୁଲତା ସ୍ବାଇଁ ଜିଲ୍ଲା ସଭ୍ୟ ଟି କଳ୍ପଲତା ଆଶାରାଣୀ ସେଠୀ ସାମାଜିକ କର୍ମୀ ଏନ୍ ଉଷା ପ୍ରମୁଖ ଇଟାଭାଟି ଜନିତ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ ।


