ସହଯୋଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୨୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ
ବାଲେଶ୍ୱର : ସାମୁଦ୍ରିକ ବାତ୍ୟା ଫୋନୀ ଓଡିଶାର ଅନେକ ଅଞ୍ଚଳରେ ନାହିଁ ନଥିବା କ୍ଷତି ପହଞ୍ଚାଇଛି । ଏହି କ୍ଷୟକ୍ଷତିର ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ପଡୋଶୀ ରାଜ୍ୟ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସହାୟତାର ହାତ ବଢାଇଛନ୍ତି । ସେହିପରି ଫୋନୀର ପ୍ରପୀଡିତ ଲୋକଙ୍କ ସହାୟତା ପାଇଁ ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହଯୋଗ’ ପକ୍ଷରୁ ୨୦,୦୦୦ ଟଙ୍କା ଆର୍ôଥିକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସହଯୋଗ ଅନୁଷ୍ଠାନର ସଭାପତି ସିମନ ଦାସ ମହାପାତ୍ର, ଉପଦେଷ୍ଟା ସୌମ୍ୟରଞ୍ଜନ ଯାଦବ, ସମାଜସେବୀ ସାହିରୁଲ ହକ୍, ସମାଜସେବୀ ବିକ୍ରମ ପଣ୍ଡା, ସମ୍ପାଦକ ବ୍ରଜ କିଶୋର ପ୍ରଧାନ, ଉପସଭାପତି କୁଶାଲ ଚାଟାର୍ଜୀ, ଭବାନୀ ପଣ୍ଡା, ସଯୋଜକ ଦେବଶ୍ରୀ ମହାନ୍ତି, ପ୍ରାନସିମ୍ ସ, ସିମନ ସାମଲ, ଶୁଶିଲ ପଣ୍ଡା, କରନ ନାଥ, ଚନ୍ଦନ ମଲ୍ଲିକ, ତନୱିର କ୍ୱଦିର, ସବ୍ୟସାଚି ପୃଷ୍ଟି, ଜଗତ ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ ଦାସ, ଉପଦେଷ୍ଟା ମନୋରଞ୍ଜନ ମହାଋଣା, ସେକ୍ ବୁରାନ, ରାହୁଲ ନାୟକ, ସଂଜୟ ସାହୁ, ବିଜୟ ଜେନା ପ୍ରମୁଖ ଅର୍ଥ ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।


