ସହରର ବିଭିନ୍ନ ଚୋରୀ ମାମଲାରେ ୧ ଗିରଫ

ପାରଳାଖେମୁଣ୍ଡି , (ଯୁଗାବ୍ଦ ନ୍ୟୁଜ) : ପାରଳାଖେମୁଣ୍ଡି ସହରରେ ଗତ ୯ତାରିଖ ଦିନ ଚୋରୀ ହୋଇଯାଇଥିବା ସ୍କୁଟିକୁ ପୋଲିସ ଉଦ୍ଧାର କରିଥିବା ବେଳେ ଏଥିରେ ସଂପୁକ୍ତ ଚୋରକୁ ଧରିବାରେ ପାରଳା ପୋଲିସ ସକ୍ଷମ ହୋଇ ପାରିଛି । ପାରଳା ଥାନା ପରିସରରେ ଆଜି ଏଥିନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ସାରା ର୍ଶମା, ପାରଳାଖେମୁଣ୍ଡି ଆଦର୍ଶ ଥାନାଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଥିଲେ ଯେ, ଗତ ୯ତାରିଖ ଦିନ ପାରଳା ସହରର ଲକ୍ଷ୍ମୀକାନ୍ତ ପରିଚ୍ଛାଙ୍କ ସ୍କୁଟିଟି ତାଙ୍କ ଘର ଆଗରେ ପାର୍କଙ୍କି କରି ରଖିଥିବା ବେଳେ ଚୋରୀ ହୋଇ ଯାଇଥିଲା । ଏହି ଘଟଣାନେଇ ସେ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହି ଚୋରି ଘଚଣାର ଅନୁସନ୍ଧାନ କରି ଚୋରୀ ହୋଇ ଯାଇଥିବା ସ୍କୁଟଟିକୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ସଂପୁକ୍ତ ଥିବା ଟୋର ରାଜୁ ବେହେରା ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ସାରା ର୍ଶମା, ପାରଳାଖେମୁଣ୍ଡି ଆଦର୍ଶ ଥାନାଅଧିକାରୀ ବିବେକାନନ୍ଦ ସ୍ୱାଇଁ ଆହୁରି କହିଥିଲେ ଯେ, ଗତ ୧୧ତାରିଖ ଦିନ ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିବା ବେଳେ ଜନଗହଳୀର ସୁଯୋଗ ନେଇ କୁଲଣ୍ଡା ଗ୍ରାମର ଅନନ୍ତ ଗୌଡକୁ ପକେଟ ମାର ହୋଇଥିଲା । କୌଣସି ଦୁବୃତ୍ତ ତାଙ୍କ ପକେଟରେ ଥିବା ୯ହଜାର ଟଙ୍କା ସହ ମୋନି ପର୍ସ୍ ଚୋରୀ ହୋଇଥିଲା । ଏହି ଘଟଣା ଥାନାରେ ଲିଖିତି ଅଭିଯୋଗ ହେବାପରେ ପୋଲିସର ସି. ଟିମ୍ ଗୁଣ୍ଡିଚା ବାଢି ମନ୍ଦିରରେ ଲଗାଯାଇଥିବା ସିସି ଟିଭି ଫୋଟେଜ୍କୁ ଅନୁସନ୍ଧାନ କରି ପକେଟ ମାର୍ ବି. ଆପୋଲ ସ୍ୱମୀକୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ