ସହରର ବିଭିନ୍ନ ସ୍ଥାନରେ ପୋଲିସ୍ ର ମାସ୍କ ଚେକିଂ

ଛତ୍ରପୁର (ଦେବଦତ୍ତ ମହାରଣା): କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଠିରେ ରଖି ପୁଣି ଥରେ କୋଭିଡ୍ ନିୟମ କୁ କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ସମସ୍ତ ଥାନା ଅଂଚଳରେ ଆରମ୍ଭ ହୋଇଛି ୧୦ ଦିନିଆ ସ୍ୱତନ୍ତ୍ର ଅଭିଯାନ । ଗତକାଲି ଛତ୍ରପୁର ଥାନା ପୋଲିସ୍ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରି ସହର ପରିକ୍ରମା କରି ଡାକବାଜି ଯନ୍ତ୍ର ମାଧ୍ୟମରେ ଅଧିକାରୀ ମାନେ ଜନସାଧାରଣ ଓ ଦୋକାନୀ ମାନଙ୍କୁ ସଚେତନତା କରାଇଥିଲେ । ଆଜି ଛତ୍ରପୁର ଥାନା ପୋଲିସ୍ ପକ୍ଷରୁ ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ପ୍ରତ୍ୟେକ୍ଷ ତତ୍‌ାବଧାନରେ ସହରର ବିଭିନ୍ନ ସ୍ଥାନରେ ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନେ ପଇଁତରା ମାରି ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ମାସ୍କ ପିନ୍ଧିନଥିବା ଅମାନିଆ ମାନଙ୍କୁ ଦୋକାନୀ ମାନେ ବିଭିନ୍ନ ସାମଗ୍ରୀ ନ ଦେବା ସହିତ ବିନା ମାସ୍କ ଧାରୀ ମାନଙ୍କୁ ମାସ୍କ ଦେଇ ସଚେତନତା କରୁଛନ୍ତି । କୋଭିଡ୍ ଗାଇଡଲାଇନ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ତାଗିତ୍ କରାଯିବା ସହ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ