ସହରର ସବୁରାସ୍ତାରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଜନଶୁନ୍ୟ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସହରର ବଡହାଟ, କାକଟ, ପୁରୁଣା ବସଷ୍ଟାଣ୍ଡ, ନୂଆବସଷ୍ଟାଣ୍ଡ, ତିନିମୁହାଣିଛକ, ଦୁହୁରିଆ, କେଶପୁର ବଜାର, ସାନ୍ତସାହି, ମଢିଆଳ, ଇଛାପୁର, ରଥଦାଣ୍ଡ ସମେତ ୫ନମ୍ବର(କ) ଜାତୀୟ ରାଜପଥରେ ଆଜି ସକାଳ ୧୦ଟା ପରେ ଜନଶୁନ୍ୟ ହୋଇପଡିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନର ବାରମ୍ବାର ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗାଡି ଯାଂଚ ଓ ନିତ୍ୟାନ୍ତ ଆବଶ୍ୟକତା ନଥିଲେ ବାହାରକୁ ନବାହାରିବା ପାଇଁ ପରାମର୍ଶ ତଥା କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଆଜି ସହରରେ ଏଭଳି ଜନଶୁନ୍ୟତା ପରିଲକ୍ଷିତ ହୋଇଥିବାର ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ସ୍ଥାନ ସମେତ ଗୋବରୀ କେନାଲବନ୍ଧର ଶିରିଡି ସାଇ ମନ୍ଦିର ଓ ହନୁମାନ ମନ୍ଦିର ନିକଟରେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ପୋଲିସ ଫୋର୍ସ ସହିତ ପାଟ୍ରୋଲିଂ କରି ଜନସାଧାରଣଙ୍କୁ ସଚେତନ କରୁଥିବା ସହ ଘରବାହାରକୁ ନଆସିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ