ସହରାଂଚଳ ବିକାଶରେ ମିଶନ ଶକ୍ତିର ସହଭାଗିତା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର, (ୱାଇଏନ୍ଏସ୍): ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ପ୍ରଭାବଶାଳୀ ସହଭାଗୀତା ବର୍ତମାନ ରାଜ୍ୟରେ ମହିଳାଗୋଷ୍ଠି ଏବଂ ମହିଳା ନେତୃତ୍ୱାଧୀନ ସହରାଂଚଳ ବିକାଶ ମଡେଲକୁ ଆଗକୁ ବଢାଉଛି । ଏହି ମଡେଲ ୧୬,୦୦୦ ରୁ ଅଧିକ ମିଶନ୍ ଶକ୍ତି ମହିଳା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଗୋଷ୍ଠୀକୁ ସଶକ୍ତ ଓ ଆତ୍ମନିର୍ଭର କରିପାରିଛି ।
ମହିଳା ଗୋଷ୍ଠୀଗୁଡିକ ବର୍ତମାନ ସେବା ବିତରଣରେ ଏବଂ ସହରୀ ବିକାଶ କାର୍ଯ୍ୟକ୍ରମରେ ଅଂଶୀଦାର ଭାବରେ କାର୍ଯ୍ୟ କରୁଛନ୍ତି – କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ଯୋଗାଣ ଠାରୁ ରିହାତିଯୁକ୍ତ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଜୀବିକା ର୍ନିବାହ ପର୍ଯ୍ୟନ୍ତ ସବୁଥିରେ ଏମାନଙ୍କ ଯୋଗଦାନ ରହୁଛି । ମିଶନ୍ ଶକ୍ତି ମହିଳା ଏସ୍ଏଚଜି ମାଧ୍ୟମରେ ସହରୀ ସେବା ବିତରଣରେ ଗୋଷ୍ଠି ଯୋଗଦାନ ବର୍ତମାନ ଏକ ଅଣବୁଝାମଣାକାରୀ ଏଜେଣ୍ଡା । ମହିଳାମାନଙ୍କର ସାମାଜିକ-ଅର୍ଥନୈତିକ ସଶକ୍ତିକରଣ ଏବଂ ଏକ ଦୃଢ ଅର୍ଥନୀତି ପାଇଁ ଉଦ୍ୟୋଗ ବିକାଶ ଲାଗି ଆଗେଇ ଆସିଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
୧୩,୫୦୦ ରୁ ଅଧିକ ମିଶନ ଶକ୍ତି ଏସଏଚଜି ଗୁଡିକ ବର୍ତମାନ ସହରୀ ରୋଜଗାର ସୃଷ୍ଟିକାରୀ ଯୋଜନା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) କାର୍ଯ୍ୟକାରୀ କରିବାରେ ସହଭାଗୀ ତଥା କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ ଅଛନ୍ତି । ମହିଳା ଏସଏଚଜି ପାଇଁ ଏହି ସ୍କିମ୍ ଏକ ଟ୍ରେଲର ଅଟେ ଯେଉଁଠାରେ ମିଶନ୍ ଶକ୍ତି ଗୋଷ୍ଠୀ ଏବଂ ସେମାନଙ୍କ ମହାସଂଘ ମାଧ୍ୟମରେ କାର୍ଯ୍ୟକାରୀ ଏଜେନ୍ସି ଭାବରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ସିଧାସଳଖ କାର୍ଯ୍ୟକାରୀ ହେଉଛି । ଗତ ୧୫ ମାସ ମଧ୍ୟରେ ରାଜ୍ୟର ୧୧୪ ପୌରାଂଚଳ ମଧ୍ୟରେ ସହର ସୌନ୍ଦର୍ଯ୍ୟକରଣ ଏବଂ ଖୋଲା ସ୍ଥାନର ବିକାଶ ଭଳି ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିକଟରେ ସାରା ରାଜ୍ୟରେ ୧୦,୦୦୦ ବର୍ଷା ଜଳ ଅମଳ ସଂରଚନା ସୃଷ୍ଟି କରିବାରେ ଏସଏଚଜି ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ଏଥିସହ, ମୁକ୍ତା କାର୍ଯ୍ୟକ୍ରମ ଅନ୍ତର୍ଗତ ବିକାଶମୂଳକ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବାକୁ ମିଶନ୍ ଶକ୍ତି ଗୋଷ୍ଠୀକୁ ସକ୍ଷମ କରିବାକୁ ସେମାନଙ୍କୁ ଶୂନ ସୁଧ ହାର ସହିତ କାର୍ଯ୍ୟକାରୀ ପୁଞ୍ଜି ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯିବ । ସମୁଦାୟ ୨,୩୭୮ ଏସଏଚଜି ବର୍ତମାନ କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ, ସଂଗ୍ରହ, ପରିବହନ, ପୁନଃ ବ୍ୟବହାର ଏବଂ ନିଷ୍କାସନ କାର୍ଯ୍ୟରେ ନିୟୋଜିତ । ଗୋଷ୍ଠୀଗୁଡିକ ଏକ ବର୍ଷରୁ ସଫଳତାର ସହିତ ସେପ୍ଟେଜ ଟ୍ରିଟମେଂଟ ପ୍ଲାଂଟର ପରିଚାଳନା କରିଆସୁଛନ୍ତି, ଏହିପରି ୩୫ ଟି ଗୋଷ୍ଠୀ ବର୍ତମାନ ୩୪ ଟି ନୂତନ କାରଖାନା ପରିଚାଳନା ପାଇଁ ତାଲିମ ପ୍ରାପ୍ତ ହୋଇଛନ୍ତି ।
ଏସଏଚଜି ଗୁଡିକ ସମଗ୍ର ରାଜ୍ୟରେ ୧୫୦ ରୁ ଅଧିକ ଗୋଷ୍ଠି ଏବଂ ସାଧାରଣ ଶୌଚାଳୟ ପରିଚାଳନା କରୁଛନ୍ତି ଏବଂ କିଛି ସହରରେ ଶୌଚାଳୟ ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବେ ସଫା କରିବା ଏବଂ ପରିବହନ ପାଇଁ ସେସପୁଲ୍ ଯାନ ମଧ୍ୟ ଚଳାଉଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ ଦେଶରେ ପ୍ରଥମ ଥର ପାଇଁ ମହିଳା ଏବଂ କିନ୍ନର ଏସଏଚଜିମାନେ ବର୍ତମାନ ପୁରୁଷ ଏବଂ ବୈଷୟିକ କର୍ମଚାରୀଙ୍କ ସହ ସମାନ ଭାବରେ ମଳ ପରିଚାଳନା କରୁଛନ୍ତି । ବର୍ତମାନ ସମୁଦାୟ ୨୨୨ ଜଳ ସାଥୀ ୫ଟି ପୌରାଂଚଳରେ ରେ ନିୟୋଜିତ ଥିବାବେଳେ ଖୁବ୍ ଶୀଘ୍ର ୭୦ ପୌରାଂଚଳରେ ଅତିରିକ୍ତ ୩୩୬ଜଣ ନିୟୋଜିତ ହେବେ ।ମହିଳା ସଂଗଠନଗୁଡିକ ମଧ୍ୟ ସଫଳତାର ସହ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି ଯାହା ସହରୀ ଗରିବ ଲୋକଙ୍କୁ ରିହାତି ଯୁକ୍ତ ଖାଦ୍ୟ ଯୋଗାଇଥାଏ । ସମୁଦାୟ ୧୫୭ ଏସଏଚଜି ସହଭାଗୀ ଭାବରେ ନିୟୋଜିତ ହୋଇଥିବାବେଳେ ୬ଟି ଏସଏଚଜି ସମ୍ପୂର୍ଣ୍ଣ ଭାବେ ନିୟୋଜିତ ଅଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ୍ ଶକ୍ତି ସହରୀ ଏସଏଚଜି ମଧ୍ୟରେ ସଫଳ ଭାଗିଦାରୀ କେବଳ ମହିଳା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ବର୍ଗଙ୍କ ପାଇଁ ବ୍ୟାପକ ଜୀବିକା ସୁଯୋଗ ପ୍ରଦାନ କରିନାହିଁ ବରଂ ସେମାନଙ୍କର ନେତୃତ୍ୱ ଏବଂ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିଛି । ନିୟୋଜିତ ପ୍ରତ୍ୟେକ ଏସଏଚଜି ସଦସ୍ୟ ବର୍ତମାନ ଏହି ସହଯୋଗ ମାଧ୍ୟମରେ ମାସକୁ ୪୦୦୦ ରୁ ୧୦, ୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି । ପ୍ରମୁଖ ସହରୀ କାର୍ଯ୍ୟକ୍ରମରେ ମିଶନ୍ ଶକ୍ତି ଏସଏଚଜି ଗୁଡ଼ିକୁ ସୁରୁଖୁରୁରେ ଏବଂ ଦକ୍ଷତାର ସହିତ ଏକୀକୃତ କରିବା ପାଇଁ, ପୌର କାର୍ଯ୍ୟକର୍ତାମାନେ ନିୟମିତ ଭାବରେ ସଦସ୍ୟମାନଙ୍କୁ ସେମାନଙ୍କ ସ୍ଥାନୀୟ ଅଂଚଳରେ ସହରୀ ଭିତିଭୂମି ବିକାଶରେ ଅଂଶଗ୍ରହଣ ଏବଂ ଯୋଗଦାନ ପାଇଁ ସୁଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସହରାଂଚଳ ବିକାଶ ଏଜେନ୍ସି (ସୁଡା) ନିୟମିତ ଭାବରେ ଗୋଷ୍ଠୀଗୁଡିକ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ସହରାଂଚଳ ବିକାଶ କ୍ଷେତ୍ରରେ ଗୋଷ୍ଠି ଯୋଗଦାନର ଓଡିଶା ମଡେଲ୍ ମହିଳା ସଶକ୍ତିକରଣକୁ ପାରମ୍ପରିକ ଅଣକୁଶଳୀ / ଅର୍ଦ୍ଧକୁଶଳୀ ଅର୍ଥନୈତିକ କାର୍ଯ୍ୟକଳାପ ଜରିଆରେ ଉଚ୍ଚ-ବୈଷୟିକ ଏବଂ ପରିଚାଳନାଗତ ସ୍ତରକୁ ନେଇଯାଇଛି, ଯାହାକି ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ ଭାବରେ ଉଭା ହୋଇଛି ।