ସହରାଞ୍ଚଳ ଧୂସର ଜଳ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶୁକ୍ରବାର ପୋୖରପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ପରିସରରେ ଧୂସର ଜଳ ପରିଚାଳନା ନେଇ ଏକ ଆଭିମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଜଳ ଯୋଗାଣ ଓ ଜଳ ନିଷ୍କାସନ ବୋର୍ଡର ପ୍ରକଳ୍ପ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଟିମ୍ ଲିଡର ଚିନ୍ମୟ ସ୍ୱାଇଁ, ଧୂସର ଜଳ ପରିଚାଳନା ପ୍ରକଳ୍ପର ବରିଷ୍ଠ ପରାମର୍ଶଦାତା ହେମନ୍ତ ପଣ୍ଡା, ପୌରଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା ଓ ପୌର ଯନ୍ତ୍ରୀ ମୁକେଶ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମେ ପୌରଧ୍ୟାକ୍ଷ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୋୖରାଞ୍ଚଳରେ ସଫଳ କ୍ରିୟାନ୍ଵୟନ ଏବଂ ସକାରାତ୍ମକ ଫଳାଫଳ ମିଳିବା ପରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଏହାର କ୍ରିୟାନୟନ ନିମନ୍ତେ ରାଜ୍ୟର ବିଭିନ୍ନ ସହରାଞ୍ଚଳର ସମ୍ପୃକ୍ତ ଅଧିକାରୀ ଏବଂ ଯନ୍ତ୍ରୀ ମାନଙ୍କ ନିମନ୍ତେ ଏହି ଦୁଇ ଦିନିଆ ଆଭିମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଦିନ ବଲାଙ୍ଗୀର ପୋୖରପରିଷଦ,କଣ୍ଟାମାଞ୍ଜି ଏନଏସି,ଆସିକା ଏନଏସି,ବ୍ରହ୍ମପୁର ମହାନଗର ନିଗମ, ଭଞ୍ଜନଗର, ଦିଗପହଣ୍ଡି, ଗଞ୍ଜାମ, ଗୋପାଳପୁର ,କବିସୂର୍ଯ୍ୟନଗର ଏବଂ ପୁରୁଷୋତ୍ତମପୁର ଏନଏସିର ଯନ୍ତ୍ରୀ ଏବଂ ଟୁଳିପ ପ୍ରଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିଥିଲେ । ଦ୍ଵିତୀୟ ଦିନ କାର୍ଯ୍ୟକ୍ରମରେ ଜି. ଉଦୟଗିରି ଏନଏସି,ଫୁଲବାଣୀ ପୌରପରିଷଦ, ଭବାନୀପାଟଣା ପୌରପରିଷଦ, ଜୁନାଗଡ଼ ଏନଏସି,ଜୟପୁର ପୌରପରିଷଦ, କୋଟପାଡ଼ ଏନଏସି,ମାଲକାନଗିରି ପୌରପରିଷଦ,ରାୟଗଡା ପୌରପରିଷଦ, ବାଲିମେଳା ଏବଂ ଗୁଡାରି ଏନଏସିର ଟୁଲିପ ପ୍ରଶିକ୍ଷାର୍ଥୀ ଏବଂ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ହିଞ୍ଜିଳିକାଟୁ ପୌରପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ଏବଂ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ରାଜ୍ୟ ଜଳ ଯୋଗାଣ ଏବଂ ଜଳ ନିଷ୍କାସନ ବୋର୍ଡର ପ୍ରକଳ୍ପ ଯନ୍ତ୍ରୀ ଲଷ୍ମୀକାନ୍ତ ତ୍ରିପାଠୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଦିନକୁ ଦିନ ଘରୋଇ ବ୍ୟବହାରରେ ସହରଗୁଡ଼ିକ ବ୍ଲାକ ୱାଟର ଭାବେ ଜଣାଶୁଣା ଶୌଚାଳୟ, ଗାଧୁଆ ଘର ଏବଂ ରୋଷେଇ ଘରୁ ଧୂସର ଜଳ ଭାବରେ ବ୍ୟବହୃତ ଜଳକୁ ପରିଚାଳନା କରିବାରେ ଏକ ଆହ୍ବାନର ସମ୍ମୁଖୀନ ହୋଇଛି। ଏହା ଶତକଡା ୬୫ ଅଟେ। ଏହାପରିବେଶ ପ୍ରଦୂଷଣ ଏଵଂ ଜଳର ଅପଚୟ ହେତୁ ଭୂତଳ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ତଥାପି ସହର ଗୁଡିକରେ ଏଫ୍ଏସଟିପି ପ୍ଲାଣ୍ଟ ପ୍ରତିଷ୍ଠା କରି ବିକେନ୍ଦ୍ରୀ କରଣ ଢଙ୍ଗରେ କଳା ଜଳକୁ ସଫଳତାର ସହ ପରିଚାଳନା କରିବାରେ ଓଡ଼ିଶା ସଫଳ ହୋଇଛି। ପରେ ଅଭିଜ୍ଞତା ବାଣ୍ଟିବା ଏଵଂ ସମ୍ଭାବ୍ୟ ବିଶ୍ଳେଷଣ ପାଇଁ ୱାର୍ଡ ୯ଏଵଂ ୧୭ରେ ବିଭିନ୍ନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ମିଶ୍ର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ