ସହର ସମସ୍ୟା ନେଇ ‘ପ୍ୟୁଚର ବାଲେଶ୍ୱର’ପକ୍ଷରୁ ପୌରାଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ

ବାଲେଶ୍ୱର, (ସରୋଜ ପଣ୍ଡା) :-ଅଗ୍ରଣୀ ସାମାଜିକ ସଂଗଠନ ‘ଫ୍ୟୁଚର ବାଲେଶ୍ୱର’ର ଏକ ପ୍ରତିନିଧି ଦଳ ଗୁରୁବାର ବାଲେଶ୍ୱର ପୌରାଧ୍ୟକ୍ଷାଙ୍କୁ ସାକ୍ଷାତ ସହ ସହରର ବିଭିନ୍ନ ସମସ୍ୟା ସମାଧାନ ସମ୍ପର୍କିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସଂଗଠନର ସଭାପତି ଆଇନଜୀବୀ ନିଜୟ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଏକାଧିକ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ଗାନ୍ଧିସ୍ମୃତି ଭବନ ରିସରରେ ଖତ ଖାଉଥିବା ସିଟି ବସ ଗୁଡିକୁ ତୁରନ୍ତ ଅପସାରଣ ସହ ଏହାର ପରିସରକୁ ସ୍ୱଚ୍ଛ ଓ ନିର୍ମଳ କରିବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ଗାନ୍ଧିସ୍ମୃତି ଭବନ ନାମର ସାର୍ଥକତା ପାଇଁ ଏହାର ପରିସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସଂଗଠନର କର୍ମକର୍ତାମାନେ ଦାବି କରିଥିଲେ । ସେହିପରି ସହରର ମୁଖ୍ୟ ରାସ୍ତା ଯାହା ସହଦେବଖଣ୍ଟା ଥାନାଠାରୁ ଟାଉନ ଥାନା ପର୍ଯନ୍ତ ରାସ୍ତାକୁ ବିବେକାନନ୍ଦ ମାର୍ଗ ଭାବେ ନାମିତ ହୋଇଥିଲେ ହେଁ ଯୁବଚେତନାର ପ୍ରତୀକ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତିି ସ୍ଥାନିତ ହୋଇନାହିଁ । ଏହି ରାସ୍ତାର ଏକ ପ୍ରମୁଖ ସ୍ଥାନରେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସଂଗଠନ ପକ୍ଷରୁ ପୌରାଧ୍ୟକ୍ଷାଙ୍କକୁ କର୍ମକର୍ତ୍ତାମାନେ କହିଥିଲେ । ସେହିଭଳି ବାଲେଶ୍ୱର କଚେରୀରେ ଥିବା ସବରେଜେଷ୍ଟ୍ରି ଅଫିସ ଓ କୋର୍ଟକୁ ଆସୁଥିବା ମହିଳାମାନଙ୍କ ପାଇଁ ଶୌଚାଳୟ ଓ ପ୍ରତିକ୍ଷାଳୟ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ ନିମନ୍ତେ ଫ୍ୟୁଚର ବାଲେଶ୍ୱର ସଂଗଠନ ପକ୍ଷରୁ ଦାବି କରାଯାଇଥିଲା । ତେବେ ଏହି ସବୁ ସମସ୍ୟା ଉରେ ବିଚାର ସହ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରତଶ୍ରୁତି ଦେଇଥିଲେ । ଦାବିପତ୍ର ପ୍ରଦାନ ବେଳେ ସଂଗଠନର ସଭାପତି ଶ୍ରୀ ପାଣିଗ୍ରାହୀଙ୍କ ସମେତ ସୁଦୀପ୍ତ ରଞ୍ଜନ ପିଟର, ଭବାନୀ ଶଙ୍କର ପଣ୍ଡା, ସତ୍ୟେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ