‘ସହାୟକ’ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦାନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ ତରଫରୁ ଗତ ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ବିପନ୍ନମାନଙ୍କ ସହାୟତା ପାଇଁ ଦଶହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି । ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲାପାଳ ରମେଶଚନ୍ଦ୍ର ରାଉତଙ୍କୁ ସଂଗଠନର କର୍ମକର୍ତ୍ତାମାନେ ଦଶହଜାର ଟଙ୍କା ବ୍ୟାଙ୍କ୍ ଡ୍ରାଫ୍ଟ୍ ପ୍ରଦାନ କରିଥିଲେ । ଅନୁଷ୍ଠାନ ତରଫରୁ ଉପଦେଷ୍ଟା ଧିରେନ୍ଦ୍ର ନାରାୟଣ ଦାସ, ସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ, ସଂପାଦକ ଇଂ. ବନମାଳୀ ନାୟକଙ୍କ ସମେତ ଲୋକନାଥ ଆଚାର୍ଯ୍ୟ, ରାଜେନ୍ଦ୍ର ରାଉତ, ସଚିନ୍ଦ୍ର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ସାବିତ୍ରୀ ଦାସ, ଯଶୋଦାନନ୍ଦନ ଆସ, ବଂଶୀଧର ମହାପାତ୍ର, ଦିବାକର ମହାପାତ୍ର, ଇଂ ଶିବପ୍ରସାଦ ବେହେରା, ପ୍ରଫୁଲ୍ଲ କୁମାର ସେଠୀ, ଭବେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ ଅବସରରେ ଉପସ୍ଥିତ ଥିଲେ । ବିପନ୍ନମାନଙ୍କୁ ଜନସାଧାରଣ ଅକୁଣ୍ଠ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାକୁ ସଂଗଠନ ତରଫରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ