ସହାୟତା ପାଇଁ ବ୍ଲକକୁ ଯାଇଥିବା ବଞ୍ଜାରା ମହିଳାଙ୍କ ପ୍ରସବ ବେଦନା ଯୋଗୁଁ ସହାୟତାର ହାତ ବଢାଇଲେ ବିଡିଓ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ସ୍ଥାନୀୟ ଗୁଲନଗର ଗ୍ରାମ ନିକଟରେ ରାସ୍ତା କଡ଼ରେ ରହୁଥିବା ବଞ୍ଜାରାମାନେ ପ୍ରବଳ ବର୍ଷା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇ ସହାୟତା ପାଇଁ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଡିଓ ଅଶ୍ୱିନୀ କୁମାର ଦାସ ସେମାନଙ୍କ ସହ ଏକ ସୁରକ୍ଷିତ ସ୍ଥାନରେ ସେମାନଙ୍କ ରହିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମୟରେ ଜଣେ ବଞ୍ଜାରା ମହିଳା ପ୍ରସବ ବେଦନା ଅନୁଭବ କରି ତଳେ ପଡି ଯାଇଥିଲେ । ତାଙ୍କୁ ମେଡିକାଲକୁ ନେବା ପାଇଁ ବିଡିଓ ଶ୍ରୀ ଦାସ କେନ୍ଦ୍ରାପଡା ଜିଲ୍ଲା ମୁଖୟ ଚିକିତ୍ସାଳୟକୁ ଫୋନ କରିଥିଲେ । ଫଳରେ ତୁରନ୍ତ ଆମ୍ବୁଲାନ୍ସ ବ୍ଲକରେ ପହଞ୍ଚି ସଂପୃକ୍ତ ମହିଳାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ମହିଳାଙ୍କ ପ୍ରସବ ହୋଇଥିବା ଜଣାପଡିଛି । ଏ ନେଇ ବଞ୍ଜାରାମାନେ ବିଡିଓ ଶ୍ରୀ ଦାସଙ୍କୁ ସାଧୁବାଦ ଜଣାଇଛନ୍ତି ।


