ଗୋବରୀ ନଦୀରେ କୁମ୍ଭୀର ଆତଙ୍କ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ବାରୋ ଗ୍ରାମ ପଞ୍ଚାତର ନିଳୀକଣା ଗ୍ରାମ ଦେଇ ବୋହି ଯାଇଥିବା ଗୋବରୀ ନଦୀରେ ମଙ୍ଗଳବାର ଏକ ବଉଳା କୁମ୍ଭୀର ଦେଖିବାକୁ ମିଳିଥିଲା । ଏହାକୁ ନେଇ ନଦୀକୂଳ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସ୍ଥାନୀୟ ଲୋକେ ଏ ନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ପହଞ୍ଚି ଜାଲ ଦ୍ୱାରା କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୁମ୍ଭୀରଟି ଉଦ୍ଧାର ହୋଇ ପାରି ନଥିବା ସୂଚନା ମିଳିଛିା । ନଦୀରେ ବନ୍ୟା ପାଣି ଆସିଥିବାରୁ ଭିତରକନିକାରୁ କୁମ୍ଭୀର ପଳାଇ ଆସିଥିବା ଅନୁମାନ କରାଯାଉଛି ।


