ସହିଦଙ୍କୁ ନମନ

ମୁମ୍ବାଇ : (ଯୁଗାବ୍ଦ ନ୍ୟୁଜ) – ଉକ୍ରଳ ଜାଗୃତି ସେବା ସଂଘ ଏକ ବଦାନ୍ୟ ସଂଗଠନ ଅନେକ ଜନମଗଂଳ କାର‌୍ୟ୍ୟକ୍ରମ ପରିଚାଳନା କରିଚାଲିଛି । ସେଗୁଡ଼ିକ ହେଲା : ଆଶୁଚିକିତ୍ସା ପାଇଁ ଡ଼ାକ୍ତରି ସେବା, ପ୍ରତିଭା ସଂପନ୍ନ ଛାତ୍ରଛାତ୍ରୀଙ୍କୁ ସାହାର‌୍ୟ୍ୟ ପ୍ରଦାନ କରିବା, କ୍ୟାନସର ପ୍ରପୀଡ଼ିତ ରୋଗୀଙ୍କୁ ଏବଂ ଅଭାବୀ ଲୋକଙ୍କୁ ଆଶ୍ରୟ ଯୋଗାଇ ଦେବା, ଅଭାବୀ ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ସୁବିଧାଦେବା, ଗୋଶାଳା ସେବା ତଥା ବହୁବିଧ ସାମାଜିକ ସେବାମୂଳକ କାର‌୍ୟ୍ୟ । ଉକ୍ରଳ ଜାଗୃତି ସେବା ସଂଘର ବାର୍ଷିକ ଉତ୍ସବ ପାଳନ ଅବସରରେ ଏହାର ସ୍ୱେଚ୍ଛାସେବୀ ବନ୍ଧୁଗଣ “ସହୀଦଙ୍କୁ ପ୍ରଣାମ କାର‌୍ୟ୍ୟକ୍ରମ ଆୟୋଜନ କରି ପୁଲାୱାମା ଆକ୍ରମଣ ଏବଂ ଅନ୍ୟ ସଂନ୍ସ୍ରାସବାଦୀ ଆକ୍ରମଣରେ ଯେଉଁ ବୀର ସୈନିକମାନେ ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କୁ ଅଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି ।ଉକ୍ରଳ ଜାଗୃତି ସେବା ସଂଘ ଯେଉଁ ସହୀଦ ବୀର ଜବାନମାନଙ୍କୁ ପୂର୍ଣ ଜାତୀୟ ମର‌୍ୟ୍ୟାଦା ସହିତ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମନୋଜ କିଶୋରଭାଇ କୋଟାକ , ଶ୍ରୀଯୁକ୍ତ ପି.କେ.ଗୁହା, ଶ୍ରୀଯୁକ୍ତ ଗଜେନ୍ଦ୍ର ସିଂ ଚୈାହାନ ,ଲେପ୍ଟ. ଜେନରଲ ଶ୍ରୀଯୁକ୍ତ କେ. ଟି. ପରନାୟକ ,ଶ୍ରୀମତୀ ଅନୁରାଧା ପଡୁୱାଲ .ଶ୍ରୀଯୁକ୍ତ ରତନଜୀ ଶାରଦା,ମୁଖ୍ୟବକ୍ତା ଭାବରେ ଅଂଶଗ୍ରହଣ କରିଥିଲେ । ଏହିପରି ୫୦୦ରୁ ଉଦ୍ଦ୍ୱର୍ ଭାରତବର୍ଷର ସୁପ୍ରତିଷ୍ଠିତ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ