ସହିଦ୍ ଭଗତ୍ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟରେ ପାଳିତ ବନମହୋତ୍ସବ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକସ୍ଥିତ ଖଣ୍ଡଦେଉଳି ଗ୍ରାମର ସହିଦ୍ ଭଗତ୍ ସିଂ ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଗତ ତା. ୦୫.୦୭.୨୦୨୨ ଓ ୬.୦୭.୨୦୨୨ ରିଖ ଦୁଇବିନ ବ୍ୟାପି ଅନୁଷ୍ଠିତ ବନମୋହତ୍ସବର ପ୍ରଥମ ଦିନରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ମିନତି ପଟ୍ଟନାୟକ ଏବଂ ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଆନନ୍ଦ ଗୌଡ଼ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହିତ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ଅବସରରେ ଜୁନିୟର କଲେଜ ଅଧ୍ୟାପକ ଶ୍ରୀଯୁକ୍ତ ମୋଦିରାମ ନାହାକ ଓ ରାଜନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ ଯୋଗଦେଇ ପିଲାମାନଙ୍କ ସହ ଗଛ ଲାଗାଇଥିଲେ । ଏଥିରେ YRC ର ଯୁଦ୍ଧ ସଂଯୋଗଜିକା ଏନ୍  ପଦ୍ମାବତୀ ଓ NSS ପ୍ରୋଗ୍ରାମ ଅଫିସର ଜୟନ୍ତି ବେହେରା, ଆଖଣ୍ଡଳମଣି ବେହେରା, ଦେବୀ ପ୍ରସାଦ ପଟ୍ଟନାୟକ ଯୋଗଦେଇ ବୃକ୍ଷରୋପଣ ସଂପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ତେ ମିଳିମିଶି ଗଛ ଲଗାଇବା କାର୍ଯ୍ୟକ୍ରମ ଶେଷ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ