ସହିଦ୍ ମାଟିରେ ସହିଦ୍ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କୋରାପୁଟ,(ହେମନ୍ତ ପାଣଗ୍ରାହୀ):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁ ଗୁଡା ଗ୍ରାମ ପଞ୍ଚାୟତର ବଡାଗୁଡା ଗ୍ରାମର ଭାରତୀୟ ସ୍ଥଳ ସେନାର ଆର୍ମି ଆର୍ମଡ ରେଜିମେଣ୍ଟ ର ଏଲ୍ ଡି ପଦବୀରେ କାର୍ଯ୍ୟରତ ଈଶ୍ଵର ତଲିଆଙ୍କ ପାର୍ଥିବ ଶରୀର ନିଜ ଜନ୍ମଭୂମିକୁ ଅଣାଯାଇ ତାଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ବାରା ଗାର୍ଡ ଅଫ୍ ଅନର ଦେଇ ଶେଷ କୃତ୍ୟ ସଂପନ୍ନ କରାଯାଇଛି। ସୂଚନାଯୋଗ୍ୟ ଯେ ଟ୍ୟାଙ୍କ୍ ଫାଇରିଙ୍ଗ ଅଭ୍ୟାସ ବେଳେ ଇଶ୍ଵର ସହିଦ୍ ହୋଇଛନ୍ତି। ସେ ୨୦୨୧ ମସିହାରେ ଭାରତୀୟ ସେନାରେ ଯୋଗଦେଇଥିଲେ। ସହିଦ ଯବାନ ଈଶ୍ୱର ଜମ୍ମୁ ରେ ୪୬ ଆର୍ମୀ ଆର୍ମଡ ରେଜିମେଣ୍ଟ ରେ ଏଲ.ଡି ପଦବୀରେ କାର୍ଯ୍ୟରତ ଥିଲେ। ତାଙ୍କୁ ଫାଇରିଙ୍ଗ ଅଭ୍ୟାସ ପାଇଁ ରାଜସ୍ଥାନର ଫକରନକୁ ପଠାଯାଇଥିଲା। ରାଜସ୍ଥାନର ଫକରନ୍ ରେଞ୍ଜରେ ଟ୍ୟାଙ୍କ ଫାଇରିଙ୍ଗ ଅଭ୍ୟାସ ଚାଲିଥିବା ବେଳେ ହଠାତ୍ ଟ୍ୟାଙ୍କ ଭିତରୁ ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତରପ୍ରଦେଶର ଏସ୍.ଡି.ଏମ୍. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ.ଡି. ଜିତେନ୍ଦ୍ର କୁମାରଙ୍କ ଘଟଣାସ୍ଥଳରେ ହିଁ ସହିଦ୍ ହୋଇଯାଇଥିଲେ। ଈଶ୍ୱର ଗୁରୁତର ଭାବେ ଆହତ ହୋଇଥିଲେ ତାଙ୍କୁ ରାଜସ୍ଥାନରୁ ହେଲିକପ୍ଟର ଯୋଗେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ‌। ଆଜି ତାଙ୍କ ମର ଶରୀର ବିଶାଖାପାଟଣା ବିମାନ ବନ୍ଦର ରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ଗାଁ ଅଭିମୁଖେ ଅଣାଯାଇଥିଲା। କୋରାପୁଟ ଉପ ଜ଼ିଲ୍ଲାପାଳଙ୍କ ଅଫିସ୍ ଛକ ନିକଟରେ କିଛି ସମୟ ପାଇଁ କୋରାପୁଟ ଜ଼ିଲ୍ଲାର ବୃଦ୍ଧିଜୀବି ମାନେ ସହିଦ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପୈତୃକ ଗାଁ ବଡାଗୁଡା ଠାରେ ଆଜି ଅପରାହ୍ନ ୩ ଘଟିକା ସମୟରେ ଶହୀଦ ଜବାନ ଈଶ୍ଵର ତଲିଆଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ଇଶ୍ଵରଙ୍କ ଶେଷ କୃତ୍ୟ ସଂପନ୍ନ ବେଳେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ