ସହିଦ ଭଗବତ ସିଂ ମହାବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ପାଠଚକ୍ର

ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସ୍ଥିତ ସହିଦ ଭଗବତ ସିଂ ମହାବିଦ୍ୟାଳୟରେ ରାଜନୈତିକ ବିଜ୍ଞାନ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ ପାଠଚକ୍ର ଶୀର୍ଷକ ” ଓଡିଶାର ଶ୍ରମିକ ପ୍ରବାସନ ଓ ଏହାର ସମସ୍ୟା ପ୍ରତିକାର , ପ୍ରତିବନ୍ଧକ ” ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ମିନତୀ ପଟ୍ଟନାୟକ ପୌରହିତ୍ୟିରେ ଅନୁଷ୍ଠିତ ପାଠଚକ୍ରକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ଡ଼ଃ. ବିଷ୍ଣୁଚରଣ ଚୌଧୁରୀ ଉଦଘାଟନ କରିବା ସହ ଓଡ଼ିଶାରେ ଶ୍ରମିକ ପ୍ରବାସନ ହେବାର କାରଣ ହେଲା ଦାରିଦ୍ର୍ୟତା ପାଇଁ। ଓଡିଶା ହେଉଛି ଏକ କୃଷିଭିତିକ ରାଜ୍ୟ । ମାତ୍ର କୃଷି ବିକାଶ ଯଥେଷ୍ଟ ନୁହେଁ। ସରକାରଙ୍କ ଚିନ୍ତାଧାରା ୩୪ଭାଗ ଜମି ଜଳସେଚିତ। ମାତ୍ର ସେତିକି ମଧ୍ୟ ଜଳ ସେଚୀତ ହୋଇନାହିଁ। ଯାହା ଫଳରେ କୃଷି ପ୍ରତି ଲୋକଙ୍କ ବିମୁଖୁତା ଦେଖାଦେଇଛି। ଅନ୍ୟ ପଟେ ସହରୀ ସଭ୍ୟତା ପ୍ରତି ଲୋକଙ୍କର ଅହକୁତ ଦୁର୍ବଳତା। ସହରକୁ ଯିବୁ ଅର୍ଥ ଉପାର୍ଜନ କରିବୁ ଓ ବଡ଼ଲୋକ ହେବୁ । ସେଥିପାଇଁ ଜଗତିକରଣ ଏକ ମାଧ୍ୟମ ବୋଲି କହିଛନ୍ତି। ଅନ୍ୟତମ ଅତିଥି ରୂପେ ଗଞ୍ଜାମ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ମୁଖ୍ୟ ଡ଼ଃ. ଅମର ପ୍ରସାଦ ବିଶୋଇ ଯୋଗଦେଇ ଓଡ଼ିଶାରେ ଶ୍ରମିକ ପ୍ରବାସନ ପାଇଁ ଦୁଇଟି କାରଣ ମୁଖ୍ୟତଃ ବାଧ୍ୟତାମୂଳକ ଓ ସୁଯୋଗ ଭିତିକ। ଆର୍ଥିକ ଅନାଟନରୁ ଲୋକମାନେ ଋଣ କରୁଛନ୍ତି ବଞ୍ଚିବା ପାଇଁ। ମାତ୍ର ପରିଶୋଧ କରିବା ପାଇଁ ପ୍ରବାସନ କରୁଛନ୍ତି। ସେହିପରି ସୁଯୋଗ ଭିତ୍ତିକ ହେଲା ଏଠାରେ ଶ୍ରମିକ ମାନେ ନିଜର କାମ ପାଈଁ ଆବଶ୍ୟକ ମୁଲ୍ୟ ପାଉନାହାନ୍ତି। ସେହି କାମ ଅନ୍ୟ ରାଜ୍ୟରେ କଲେ ଅଧିକ ମଜୁରୀ ପାଉଛନ୍ତି। ସେହି ଲୋଭ ହିଁ ଶ୍ରମିକ ପ୍ରବାସନର କାରଣ ପାଲଟିଥିବା କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ଡ଼ଃ. ନୃସିଂହ ଚରଣ ମିଶ୍ର,ଅବସର ପ୍ରାପ୍ତ ଡ଼ଃ. ଅମୂଲ୍ୟ କୁମାର ତ୍ରିପାଠୀ,ଅଧ୍ୟାପକ ବିନୋଦ କର, ଅଧ୍ୟାପିକା ଆଲିସା ଆଚାର୍ଯ୍ୟ, ଯୋଗଦେଇ ଦାରିଦ୍ର୍ୟତା , ବାଧ୍ୟତାମୂଳକ ଓ ସୁଯୋଗ ଭିତ୍ତିକ ଯୋଗୁଁ ଶ୍ରମିକ ପ୍ରବାସନ ହେଉଥିବା ବେଳେ , ଏହାର ପ୍ରତିକାର ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ ବକ୍ତାମାନେ। ମହାବିଦ୍ୟାଳୟର ଅଧ୍ୟାପକ ଆଖଣ୍ଡଳମଣି ବେହେରା ପାଠଚକ୍ରକୁ ସଂଯୋଜନା କରିଥିଲେ। ବିଭାଗୀୟମୁଖ୍ୟ ଅଧ୍ୟାପକ ଲିଙ୍ଗରାଜ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ପରିଚୟ ଅର୍ପଣ କରିଥିଲେ ଅଧ୍ୟାପିକା ମୋନାଲିସ ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡ଼ଃ ଭଗବାନ ତ୍ରିପାଠୀ। ଏହି ପଠାଚକ୍ର ଅଧ୍ୟାପକ, ଅଧ୍ୟାପିକା, ବିଦ୍ୟାର୍ଥୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ