ସହିଦ ହୋଇଥିବା ବୀର ଛବିଳ ସାଏ ଙ୍କ ସମେତ ୫୭ ସଂଗ୍ରାମୀ ଙ୍କ ସ୍ମୃତି ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା
ସମ୍ବଲପୁର, (ଲିପନ ନାଏକ):କୁଦୋପାଲି ରେ ସହିଦ ହୋଇଥିବା ବୀର ଛବିଳ ସାଏ ଙ୍କ ସମେତ ୫୭ ସଂଗ୍ରାମୀ ଙ୍କ ସ୍ମୃତି ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା କୁଦୋପାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଞ୍ଜଳି ସଭା ରେ ମାନନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥି, ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର ଶ୍ରୀ ରବି ନରାୟଣ ନାୟକ, ସମ୍ବଲପୁର ର ମାନ୍ୟବର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର,ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ବୀର ଛବିଳ ସାଏ ସ୍ମୃତି କମିଟି ର ଅଧକ୍ଷ ତଥା ରେଙ୍ଗାଲି ର ପୂର୍ବତନ ବିଧାୟକ ଶ୍ରୀ ନାଉରି ନାୟକ, ରାଜସ୍ବ ଵିଭାଗୀୟ ଆୟୁକ୍ତ-ଉତ୍ତରାଞ୍ଚଳ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ (ଆଇ.ଏ.ଏସ), ଆଇଜ- ଉତ୍ତରାଞ୍ଚଳ ଶ୍ରୀ ହିମାଂଶୁ ଲାଲ(ଆଇ.ପି.ଏସ), ଜିଲ୍ଲାପାଳ, ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ), ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୁ(ଆଇ.ପି.ଏସ), ପ୍ରମୁଖ ମଞ୍ଚାସୀନ ଥିଲେ। ବୀର ଛବିଳ ସାଏ ସ୍ମୃତି କମିଟି ର ଅଧକ୍ଷ ତଥା ରେଙ୍ଗାଲି ର ପୂର୍ବତନ ବିଧାୟକ ଶ୍ରୀ ନାଉରି ନାୟକ ସ୍ଵାଗତ ଅଭିଭାଷଣ ରେ କୁଦୋପାଲି ଘାଟି ର ବୀର ସୁରେନ୍ଦ୍ର ସାଏଙ୍କ ଭାଇ ବୀର ଛବିଳ ସାଏ ଙ୍କ ସମେତ ୫୩ ଜଣ ବୀର ସଂଗ୍ରାମୀ ଙ୍କ ସଂଗ୍ରାମ ଯାହା ଭାରତୀୟ ଇତିହାସ ରେ ଏକ ଐତିହାସିକ ଉଲ୍ଲେଖନୀୟ, ଘଟଣା କୁ ସମସ୍ତ ଙ୍କ ଲୋକ ଲୋଚନ କୁ ଆଣିବା ରେ ମାନନୀୟ କେନ୍ଦ୍ରମନ୍ତ୍ରୀ, ଶିକ୍ଷା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ର ମୁଖ୍ୟ ଅବଦାନ ରହିଛି ବୋଲି ସେ କହିଥିଲେ।ମାତ୍ର ଏହି ଇତିହାସ ଅନେକଙ୍କ ପାଇଁ ଅଜଣା ଥିଲା, କିନ୍ତୁ ବର୍ତ୍ତମାନ କୁଦୋପାଲି ର ବଳିଦାନ ଓ ବୀର ଗାଥା ବିଶ୍ଵ ର କୋଣ ଅନୁକୋଣ ରେ ପହଞ୍ଚିବ।ମାନନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଆମେ କୁଦୋପାଲି ଘାଟି କ୍ରାନ୍ତି ର ବୀର ସଂଗ୍ରାମୀ ମାନଙ୍କୁ ୨୧ ତୋପ ସଲାମୀ ର ଶ୍ରଦ୍ଧାଞ୍ଜଳି ଦେଇ ଆମେ ସୌଭାଗ୍ୟଶାଳୀ ହୋଇପାରିଛୁ। କୁଦୋପାଲି ର ଇତିହାସ, କୁଦୋପାଲି ର ସମର୍ପଣ, କୁଦୋପାଲି ର ତ୍ୟାଗ, କୁଦୋପାଲି ର କ୍ରାନ୍ତି, ଜାଲିୱାନାବାଗ ର ଘଟଣା ଠୁ କୌଣସି ଗୁଣରେ କମ ନୁହେଁ। ସୁରେନ୍ଦ୍ର ସାଏ ଆମ ପାଇଁ ଗୋଟିଏ ଚିତ୍ର ନୁହେଁ, ଆମ ପାଇଁ ଗୋଟେ ଜୀବନ ଶୈଳୀ, ୩୦ ଡିସେମ୍ବର ୧୮୫୭ ଆମ ପାଇଁ ଗୋଟିଏ ତାରିଖ ନୁହେଁ, ଆମ ପାଇଁ ଗୋଟିଏ ଅଭୂଲା ସ୍ମୃତି, ଆମ ଜୀବନର ପ୍ରତିବଦ୍ଧତା ବୋଲି ଶ୍ରୀ ପ୍ରଧାନ କହିଥିଲେ।ଜାତୀୟ ସ୍ତରରେ ସମ୍ବଲପୁର ର କ୍ରାନ୍ତି ନିଶ୍ଚିତ ସ୍ଥାନ ପାଇବ ବୋଲି ଉଲ୍ଲେଖ କରିଥିଲେ।ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ଏନ.ସି.ଇ.ଆର.ଟି. ର ପଦ୍ଧତି ଅନୁଯାୟୀ ଓଡିଶା ର ପାଠ୍ୟ ପୁସ୍ତକ ପ୍ରଣୟନ କରାଯିବ ଗୋଟିଏ ସଂଶୋଧନ ସହ ଯେଉଁଥିରେ ଓଡିଶା ର ପ୍ରାସଙ୍ଗୀକତାକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ମାନନୀୟ କେନ୍ଦ୍ରମନ୍ତ୍ରୀ କହିଥିଲେ।ଯାହାଫଳରେ ଓଡିଶାର ବୀରଗାଥା ବିଷୟରେ ଲୋକେ ଅବଗତ ହୋଇ ପାରିବେ।ଇତିହାସ ର ଦର୍ପଣ କୁ ଦେଖି ଭବିଷ୍ୟତ ର ରାସ୍ତା ତିଆରି କରିପାରିବୁ, ଇତିହାସକୁ କୁ ସ୍ମରଣ କରି ଭାରତ ବର୍ଷ ର ବୈଭବ ର ଉନ୍ନତି ହୋଇପାରିବ।