ସହୀଦ ଜବାନ ଓ ସେନାଧ୍ୟକ୍ଷ ବିପିନ ରାୱତଙ୍କ ସ୍ମୃତିରେ ସ୍ମୃତି ସଭା

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ମନ୍ଦିରର ଏନସିସି ଟ୍ରୁପ ମାନଙ୍କ ଦ୍ୱାରା ଗତ ୮ ତାରିଖରେ ଘଟିଥିବା ଦୁର୍ଘଟଣାରେ ସେନାଧ୍ୟକ୍ଷ ବିପିନ ରାୱତଙ୍କ ସମେତ ୧୨ ଜଣ ଯବାନଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସୋମବାର ଏନସିସି ପିଲା ମାନଙ୍କ ଦ୍ୱାରା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବିନ୍ଦ୍ରନାଥ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ ବୀର ଜବାନ ମାନଙ୍କୁ ପୁଷ୍ପାଞ୍ଜଳୀ ପ୍ରଦାନ କରାଯିବା ସହ ସେମାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଲଗାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଏନସିସି ଶିକ୍ଷକ ଗଣେଷ ରେଡ୍ଡି, ଲଳିତ ମୋହନ ଦାଶ, ସୋମନାଥ ନାୟକ, ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ