ସହୀଦ ଦିବସରେ ଜନ ସମସ୍ୟା ନିବାରଣ ସଂସ୍ଥାନ ପକ୍ଷରୁ ନିଃସହାୟଙ୍କୁ ଖାଦ୍ୟ ବଣ୍ଟନ

ପାରାଦୀପ,(ପୀତବାସ ପ୍ରଧାନ):  ଦେଶରେ ପ୍ରତିବର୍ଷ ଫେବୃଆରୀ ୧୪ତାରିଖରେ ସହୀଦ୍ ଦିବସ ଓ ପ୍ରେମ ଦିବସ ବା ଭାଲେନଟାଇନ୍ ଡେ ପାଳିତ ହୋଇଥାଏ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ଗୋଟିଏ ଦିନରେ ଏହି ଦୁଇଟି ଦିବସକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳି ଥାଆନ୍ତି । ତେବେ ବନ୍ଦର ସହର ପାରାଦୀପରେ ଏକ ଜାତୀୟ ଏନ୍‌ଜିଓ ସଂଗଠନ “ଜନ ସମସ୍ୟା ନିବାରଣ ସଂସ୍ଥାନ” ସ୍ଥାନୀୟ ଅଂଚଳର ନିଃସହାୟକ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରି ଦୃଷ୍ଟାନ୍ତମୂଳକ ଭାବେ ଏହି ଦିବସକୁ ପାଳନ କରିଛନ୍ତି । ତେବେ ମୁଖ୍ୟତଃ ଭାବେ ୨୦୧୯ ମସିହା ଫେବୃଆରୀ ୧୪ତାରିଖରେ ପୁଲ୍‌ବାମା ଠାରେ ସହୀଦ ହୋଇଥିବା ଭାରତୀୟ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସଂଗଠନ ପକ୍ଷରୁ ପ୍ରକାଶ । ଏହି କାର୍ଯ୍ୟକ୍ରମକୁ ସଂଗଠନର ଜଗତ୍‌ସିଂହପୁର ଜିଲ୍ଲା ସଭାପତି ରମାକାନ୍ତ ଜେନା, ସାଧାରଣ ସଂପାଦକ ପ୍ରଦୀପ ଚୁଳୀ ଓ ହିମାଂଶୁ ପରିଡାଙ୍କ ତତ୍ତ୍ୱାବଧାନରେ ପାରାଦୀପ ଯୁବ ଶାଖାର ସଭାପତି ରିଚାର୍ଡ ରମେଶ ବିଶ୍ୱାଳ ଏବଂ ସଂପାଦକ ଚିନ୍ମୟ କୁମାର ସାମଲ ପରିଚାଳନା କରିଥିଲେ । ସହୀଦ୍‌ଙ୍କ ସ୍ମୃତିରେ ପ୍ରତ୍ୟେକ ରବିବାର ଦିନ ସ୍ଥାନୀୟ ଅଂଚଳର ଗରୀବ ନିଃସହାୟ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ