ସହୀଦ ବାଘାଯତୀନଙ୍କ ସ୍ମୃତି ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସଦଭାବନା ସଭା ଗୃହରେ ସହୀଦ ବାଘାଯତୀନଙ୍କ ୧୦୮ ତମ ସ୍ମୃତି ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା,ସଦର ତହସିଲଦାର ନିର୍ଲିପ୍ତା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରିଣୀ ମନସ୍ୱନି ରାଉତ, ସହୀଦ ବାଘାଯତୀନ ଉନ୍ନୟନ କମିଟିର କାର୍ଯ୍ୟକାରୀ ସଭାପତି ସୁଜିତ୍ ଦେବ ,ସମ୍ପାଦକ ହରେନ ରଣା, ସହୀଦ ବାଘାଯତୀନ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ସେନାପତି ପ୍ରମୁଖ ମଞ୍ଚାସିନ ଥିଲେ।ଏଥିରେ ସହୀଦ ବାଘାଯତୀନ ବିକାଶ ପରିଷଦ ଓ ସହୀଦ ବାଘାଯତୀନ ଉନ୍ନୟନ କମିଟି ର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ