ସହୀଦ ଭଗତ ସିଂଙ୍କ ୧୧୨ ତମ ଜୟନ୍ତି ଅବସରରେ ବୃକ୍ଷ ରୋପଣ ଓ ଆଲୋଚନା ଚକ୍ର
ଭାରତବଷର୍ର ମହାନ କ୍ରାନ୍ତିକାରୀ ସହୀଦ ଏ ଆଜମ ୍ ଭଗତ ସିଂଙ୍କ ୧୧୨ ତମ ଜନ ୍ମ ଜୟନ୍ତି ଅବସରରେ “ଅଲ୍ ଇଣ୍ଡିଆ ଷ୍ଟୁଡେଂଟସ୍ ବ୍ଲକ୍” ଓ “ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍” ପକ୍ଷରୁ ଆଜି ୟୁନିଟ-୬ ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଭଗତ ସିଂଙ୍କ ଜୀବନୀ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଗଛ ଲଗାଅ- ପରିବେଷ ବଂଚାଅ, ଓ ଜୀବ ଜଗତର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକ ହେଇ ପୁଞ୍ଜିବାଦୀ କମ୍ପାନୀ, ଯେଉଁମାନେ ଦେଶର ଜଳ, ଜମି, ଜଙ୍ଗଲ, ନଦୀ, ହ୍ରଦ, ଜୀବନ ଓ ଜୀବିକାକୁ ଧ୍ୱଂସ କରୁଛନ୍ତି ସେମାନଙ୍କ ବିରୋଧରେ ଛାତ୍ର-ଯୁବକ ଜନ ଆନ୍ଦୋଳନ ଗଢ଼ି ତେଳି ପରିବେଷ ତଥା ଦେଶର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ୱାନ ଦେଇଥିଲେ “ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ” ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର । ଭଗତ ସିଂଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ଶୋଷଣ ମକ୍ତୁ , ସମାଜବାଦୀ ସମାଜ ଗଠନ କରିବାକ ୁ ଛାତ-୍ର ଛାତ୍ରୀ ମାନେ ତାଙ୍କ ଆଦଶର୍କ ୁ ଅନସୁ ରଣ କରିବା ହିଁ ସମୟର ଆହା୍ୱନ । କାର୍ଯ୍ୟ କମ୍ର ର ଗ୍ରେଟା ଥମ୍ବର ୧୬ ବର୍ଷର ସ୍ୱିଡେନ୍ ଛାତ୍ରୀ ପରିବେଷ ଓ ବିଶ୍ୱ ତାପମାତ୍ରା ହ୍ରାସ ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ କରିଛନ୍ତି, ତାଙ୍କୁ ସମର୍ଥନ କରି ୟୁନିଟ-୬ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପର କରାଯାଇଥିଲା । କାର୍ଯ୍ୟକ୍ରମରେ ଯୁବନେତା ନାରାୟଣ ଡାଳୁଆ, ପ୍ରଦୀପ ଦାସ, ସ୍ମୃତି ରଂଜନ ରାଓ, ଛାତ୍ର ନେତା ନାରାୟଣ ଦାସ, ବିଭୁତି ଭୂଷଣ ମହାପାତ୍ର, ବାବୁ ରାଓ, ଲି ୁ ନାୟକ, ପପି ବେହେରା, ଶିବ ନାୟକ, ମନୋଜ ମହାନ୍ତ, ଚିତ ରଂଞ୍ଜନ ମୁଣ୍ଡା, ଘନ ଶ୍ୟାମ ମୁଣ୍ଡା, ନିରଞ୍ଜନ ସରଦାର, ନାରଦ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।