ସହୀଦ ଯବାନ ପର୍ଶୁରାମଶବରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ଶେଷକୃତ୍ୟ ସଂପନ୍ନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) :-ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଯବାନଙ୍କ ଆଜି ନିଜ ଗାଁରେ ଶୋକାକୁଳ ପରିବେଶରେ ଶେଷ କୃତ୍ୟ ସଂପନ. ସହୀଦ ଯବାନ ପର୍ଶୁରାମ ଶବରଙ୍କ ମୃତ ଶରୀର ଗତକାଲି ରାତ୍ର ୧୦ଘଣ୍ଟା ବେଳେ ନିଜ ଗ୍ରାମ କୁରୁଗୁଵା ଗ୍ରାମ ରେ ପହଂଚିଥିଲା l ଏସ ଏସ ବି ବାଟାଲିୟନ ୪୫ ବି ର ଅଫିସର ଓ ଯବାନ ମାନେ ଶବକୁ ଧରି ଆସିଥିଲେ.ଆଜି ସକାଳ ୮ରେ କଫିନ କୁ ଖୋଲାଯାଇଥିଲା ଓ ଗ୍ରାମ ପରିକ୍ରମା କରାଯିବା ପରେ ୮.୪୫ମିନିଟ ସମୟରେ ସହୀଦ ଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାଲାମୀ ଶସ୍ତ ଦେଇ ପୁଷ୍ପ ମାଲ୍ୟ ଅର୍ପଣ କରି ଶେଷ କୃତ ସଂପନ କରାଯାଇଥିଲା l ସହୀଦ ଯବାନ ସ୍ମୃତି ସକାଶେ ବାପା ତ୍ରିନାଥ ଶବର ଙ୍କୁ ରାଷ୍ଟ୍ରୀୟ ପତାକା ଦେଇ ଆମର ଆତ୍ମାର ସଦଗତି ନିମନ୍ତେ ରାଷ୍ଟ୍ରୀୟ ପତାକା ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ବେଳେ ରାୟଗଡ ବିଡ଼ିଓ ରାଜା ରଂଜିତ ପ୍ରତାପ ବଳ,ତହସିଲଦାର ଲୀଳାବତୀ ଆଚାର୍ଜୀ, ପୁଲିସ ଏସଡିପିଓ ରାମକୃଷ୍ଣ ପତି, ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l ରାୟଗଡ ବ୍ଲକ ଜଣେ ଯବାନ ଙ୍କୁ ହରାଇଥିବାରୁ ଶୋକାକୁଳ ପରିବେଶରେ ଆଜି ସହୀଦ ଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା I ରାୟଗଡ ବ୍ଲକର ଅନେକ ଅଂଚଳ ରୁଶତାଧିକ ଲୋକେ ସହୀଦ ଙ୍କ ଶେଷ ଦର୍ଶନ କରିଥିଲେ l