ସାଂସଦଙ୍କ ପାଇଁ ପାଣିରେ ପଡ଼ିଲା ସାଢେ ୬ କୋଟି

ନୂଆଦିଲ୍ଲୀ: ସାଂସଦମାନଙ୍କ ପାଇଁ ମାଗଣାରେ ଟ୍ରେନ ଯାତ୍ରା ସୁବିଧା ଥିବାରୁ ସେମାନେ ଟିକେଟ ବୁକିଂ କରିଦେଉଛନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ସେମାନେ ଯାତ୍ରା କରୁନାହାନ୍ତି କି ଟିକେଟ ବାତିଲ ମଧ୍ୟ କରୁନାହାନ୍ତି । ଏହା ଫଳରେ ଗସ୍ତ ନ କଲେ ମଧ୍ୟ ସେମାନଙ୍କ ଗସ୍ତ ଖର୍ଚ୍ଚ ସଂସଦ ବହନ କରୁଛି । ଏହି କ୍ରମରେ ରାଜ୍ୟସଭା ପ୍ରାୟ ୬.୫ କୋଟି ଟଙ୍କା କ୍ଷତି ସହିଥିବା ଜଣାପଡ଼ିଛି । ୨୦୧୯ ରେ ରାଜ୍ୟସଭା ସାଂସଦ, ସେମାନଙ୍କ ପତ୍ନୀ ଓ ସହାୟକ କରିଥିବା ଯାତ୍ରା ବାବଦରେ ଭାରତୀୟ ରେଳବାଇ ରାଜ୍ୟସଭାକୁ ୭.୮ କୋଟି ଟଙ୍କାର ବିଲ୍ ପ୍ରଦାନ କରିଛି । କିନ୍ତୁ ଜଣାଯାଇଛି ଯେ ରେଳବାଇ ଦ୍ୱାରା କରାଯାଇଥିବା ଏହି ୭.୮ କୋଟି ଟଙ୍କାର ବିଲରୁ ମାତ୍ର ୧୫ ପ୍ରତିଶତ ହିଁ ବ୍ୟବହାର ହୋଇଛି । ଅନ୍ୟ କ୍ଷେତ୍ରରେ ସାଂସଦମାନେ ଟିକେଟ ବୁକିଂ କରିଦେଇଛନ୍ତି, କିନ୍ତୁ ଯାତ୍ରା କରିନାହାନ୍ତି କି ଟିକେଟ ବାତିଲ ମଧ୍ୟ କରିନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ