ସାଂସଦ ପ୍ରତିନିଧି ହେଲେ ହରମୋହନ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହି ବ୍ଲକ ବେତିରା ଗ୍ରାମର ହରମୋହନ ଶାସିନୀଙ୍କୁ ସାଂସଦ ପ୍ରତିନିଧି ଭାବେ ନିଯୁକ୍ତି ମିଳିଛି । କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏନେଇ ପତ୍ର ମାଧ୍ୟମରେ ବିଭିନ୍ନ ବିଭାଗକୁ ଅବଗତ କରାଇଛନ୍ତି। ହରମୋହନଙ୍କୁ ନନ୍ଦିପଦା ଥାନା ଏବଂ ଆନନ୍ଦପୁର ଏଆର୍ସିଏସ୍ର ସାଂସଦ ପ୍ରତିନିଧି ଭାବେ ନିଯୁକ୍ତି ମିଳିଛି । ହରମୋହନ ଭାଜପାର ଜଣେ ସକ୍ରିୟକର୍ମୀ ତଥା ନେତା ଭାବେ ଜଣାଶୁଣା ଅଟନ୍ତି । ବିଭିନ୍ନ ଜିଲ୍ଲା ସହ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ସେ ଦଳୀୟ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ହରମୋହନ ୨୦୦୩-୦୬ ପର୍ଯ୍ୟନ୍ତ ଭାଜପା ଯୁବ ମୋର୍ଚ୍ଚା ବ୍ଲକ ସଭାପତି, ୨୦୦୭-୧୧ ପର୍ଯ୍ୟନ୍ତ ମରୈଗାଁ ସମବାୟ ସମିତି ସଭାପତି, ୨୦୧୧-୧୪ ପର୍ଯ୍ୟନ୍ତ ବ୍ଲକ ଭାଜପାର ସାଧାରଣ ସମ୍ପାଦକ,୨୦୧୪-୧୭ ପର୍ଯ୍ୟନ୍ତ ଭାଜପା ଜିଲା କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟ, ୨୦୧୭-୧୯ ପର୍ଯ୍ୟନ୍ତ ମାହାଙ୍ଗା ବିଧାନସଭା କ୍ଷେତ୍ରର ପୂର୍ଣ୍ଣକାଳୀନ ବିସ୍ତାରକ,୨୦୨୦-୨୨ ପର୍ଯ୍ୟନ୍ତ କୃଷକ ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ, ୨୦୨୨-୨୪ ପର୍ଯ୍ୟନ୍ତ ହାଟଡିହି ଭାଜପା ମଣ୍ଡଳ ସଭାପତି ଭାବେ ସୂଚାରୁ ରୂପେ କାର୍ଯ୍ୟ କରି ଦଳୀୟ ସ୍ଥିତିକୁ ମଜଭୁତ କରିବାରେ ସକ୍ଷମ ହୋଇପାରିଛନ୍ତି ।