ସାଇଁକୁଳ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍
ବେଲବାହାଳିି, – ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ୍ ପରିଦର୍ଶନ କରିଛନ୍ତି । ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଲଲାଟେନ୍ଦୁ ନାୟକଙ୍କ ନେତୃତ୍ୱରେ ଟିବି, ଏଚଆଇଭି ଡକ୍ଟର ବିକାଶ ପଟ୍ଟନାୟକ, ୟୁନିସେଫ କନସଲଟାଣ୍ଟ ହୀରାଲାଲ ନାୟକ, କେନ୍ଦୁଝର ସ୍ୱାସ୍ଥ୍ୟ ବିଭାଗର ଜନସ୍ୱସ୍ଥ୍ୟ ପରାମର୍ଶଦାତା ଡକ୍ଟର ହିମାଂଶୁ ସାହୁ, କାୟାକଳ୍ପ ମୁଖ୍ୟ ଅଭିଷେକ ଷଡଙ୍ଗୀ ପ୍ରମୁଖ କାୟାକଳ୍ପ ଯୋଜନାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ତଦାରଖ କରିଥିଲେ । ପରିଦର୍ଶନ ସମୟରେ ଔଷଧିୟ ଉଦ୍ୟାନ, ବର୍ଯ୍ୟବସ୍ତୁ ପରିଚାଳନା, ବର୍ଷାଜଳ ସଂରକ୍ଷଣ ଓ ପ୍ରୟୋଗ ଉପରେ ସନ୍ତୋଷ ପ୍ରକାଶ କରିଥିଲେ । ରୋଗୀ ମାନଙ୍କ ସେବା କ୍ଷେତ୍ରରେ ଗୁଣାତ୍ମକ ମାନର ମୁଲ୍ୟ ନିର୍ଦ୍ଧାରଣ କରିବା ସହିତ ଏହି ସେବା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡକ୍ଟର ରଞ୍ଜିବ କୁମାର ରାଉତ, ଡକ୍ଟର ସୁରଚିତା ପଟ୍ଟନାୟକ, ବି.ପି.ଏମ ଚନ୍ଦନ କୁମାର ସାହୁ, ଶୁଭେନ୍ଦୁ ପୁହାଣ, ଏସ.ଏ ବିଜୟ କୁଅଁର, ଫାର୍ମାସିଷ୍ଟ କବିନ୍ଦ୍ର ସାହୁ, ଏଲ.ଟି ପ୍ରିତିରଞ୍ଜନ ଚକ୍ର, ଷ୍ଟାଫ ନର୍ସ ନିବେଦିତା ମାଝୀ, କବିତା ଜେନା, ମଧୁଛନ୍ଦା ସେନାପତି, ଭାରତୀ ରାଉତ, ଆଟେଣ୍ଡାଣ୍ଟ ଅଟଳ ବିହାରୀ ଜେନା, ସନାତନ ରଥ, ସଞ୍ଜୟ ମହାରଣା, ଲ୍ୟାବ ଟେକନିସିଆନ ନିଶାଖା ସାହୁ, କୁକ ଜୟନ୍ତ ସାହୁ, କର୍ମଚାରୀ ମନୋଜ ମୁଖୀ, ପ୍ରତିମା ଗୋଛାୟତ, ବାପି ମୁଖୀ, ଚନ୍ଦନ ମୁଖୀ, ଯଶୋଦା ମୁଖୀ, ପିତାମ୍ବର ମୁଖୀ ପ୍ରମୁଖ ସହଯୋଗ କରିଥିଲେ ।