ସାଇକେଲ୍ର ଦେଶ ‘ସୁଇଜର୍ଲ୍ୟାଣ୍ଡ୍’

ବିଶ୍ୱର ଅନେକ ସହର ଏବଂ ଦେଶ ପ୍ରାକୃତିକ ସୌନ୍ଦର୍ଯ୍ୟ ଲାଗି ପ୍ରସିଦ୍ଧ । ମାତ୍ର ନେଦରଲ୍ୟାଣ୍ଡ ଏପରି ଏକ ଦେଶ, ଯାହାକୁ ବିଶ୍ୱବାସୀ ସାଇକେଲର ଦେଶ ବୋଲି ଅଭିହିତ କରିଥାଆନ୍ତି । କାରଣ ବିଶ୍ୱର ଅନ୍ୟାନ୍ୟ ଦେଶ ତୁଳନାରେ ଏଠାକାର ବହୁ ନାଗରିକ ସାଇକେଲ ବ୍ୟବହାର କରିବା ଲାଗି ଭଲପାଇଥାଆନ୍ତି । ସାଇକେଲକୁ କେବଳ ଭଲପାଆନ୍ତିନି, ବରଂ ଏହାକୁ ନିଜ ସଂସ୍କୃତି ଏବଂ ପରମ୍ପରାର ଏକ ପ୍ରମୁଖ ଅଙ୍ଗ ବୋଲି ଗ୍ରହଣ କରନ୍ତି । ଏଠାକାର ୬୨ ପ୍ରତିଶତ ନାଗରିକ ସାଇକେଲ ଉପରେ ନିର୍ଭରଶୀଳ । ତେଣୁ ତୈଳ ଦର ବୃଦ୍ଧି ଏବଂ କମ୍ ହେବା ନେଦରଲ୍ୟାଣ୍ଡବାସୀଙ୍କ ଉପରେ କୌଣସି ପ୍ରଭାବ ପକାଏନାହିଁ । ଏକ ତଥ୍ୟ ମୁତାବକ, ଚୀନ୍ରେ ୩୮ ପ୍ରତିଶତ, ବେଲ୍ଜିୟମ୍ରେ ୪୮ ପ୍ରତିଶତ, ସୁଇଜର୍ଲ୍ୟାଣ୍ଡ୍ରେ ୪୮ ପ୍ରତିଶତ, ଜାପାନରେ ୫୭ ପ୍ରତିଶତ ଏବଂ ଫିନ୍ଲ୍ୟାଣ୍ଡ୍ରେ ପାଖାପାଖି ୬୦ ପ୍ରତିଶତ ସାଇକେଲ ଚଳାଇଥାଆନ୍ତି । ନେଦରଲ୍ୟାଣ୍ଡ୍ର ସରକାର ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ଲାଗି ସାଇକେଲ୍ର ଚାହିଦା ବୃଦ୍ଧି ଲାଗି ନାନା ସଚେତନତାମୂଳକ ପଦକ୍ଷେପ ନେଇଛନ୍ତି । କେବଳ ଏଠାକାର ସାଧାରଣ ନାଗରିକ ନୁହଁନ୍ତି, ନେଦରଲ୍ୟାଣ୍ଡ୍ର ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ ନିଜେ ସାଇକେଲ ଚଢ଼ି ଘରୁ କାର୍ଯ୍ୟାଳୟକୁ ଯାଇଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ