ସାଇକେଲ କାର ମୁହାଁମୁହିଁ , ଜଣେ ମୃତ
ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଗବିନ୍ଦପୁର ଗାଁ ନିକଟରେ ସାଇକେଲ ସହ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସାଇକେଲ ଚାଳକ ମୃତ୍ୟୁବରଣ କରିଛି । ସୁଚନାପ୍ରକାରେ , ମୋହନା ଅଞ୍ଚଳରୁ ଏକ କାର ବ୍ରହ୍ମପୁର ଯାଉଥିବା ସମୟରେ ଗବିନ୍ଦପୁର ଗାଁ ନିକଟରେ ଏକ ଦଶମ ଶ୍ରେଣି ଛାତ୍ର ସାଇକେଲ ଧକ୍କା ଦେବା ଫଳରେ ମୃତ୍ୟୁବରଣ କରିଛି । ଗଜପତି ଜିଲ୍ଲା ଢ଼େପାଗୁଡା ଗାଁର ସିପୁନ ନାୟକ ତାଙ୍କ ମାଉସୀ ଘରେ ରହି ପାଠପଢୁ ଥିଲେ । ସେ ସାଇକେଲରେ ଫେରୁ ଥିବା ସମୟରେ ଏଭଳି ଘଟଣା ଘଟିଛି ଯାହା ଫଳରେ ଘଟଣା ସ୍ଥଳେ ସିପୁନଙ୍କ ପ୍ରାଣ ଚାଲିଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜିତ ହୋଇ ଲୋକେ ରାସ୍ତା ରୋକ କରିବା ସହ କ୍ଷତି ପୁରଣ ପାଇଁ ଦାବି କରିଥିଲେ । ଖବର ପାଇ ପାଟପୁର ଥାନା ଅଧିକାରୀ ଅଜୟ ବାରିକ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର ଅଟକ ରଖିବା ସହ ଲୋକଙ୍କୁ ବୁଝା ସୁଜା କରି ରାସ୍ତା ରୋକ ହଟାଇଥିଲେ ।


