ସାଇକୋ କିଲର ଘଟଣାରେ ନାରାୟଣ ସାହୁ ନିର୍ଦୋଷ ,ଅଭିଯୋଗ ଆଣିଲେ ଗ୍ରାମବାସୀ
ନୟାଗଡ ,(ଯୁଗାବ୍ଦ ନ୍ୟୁଜ୍) : ସାଇକୋ କିଲର ନାରାୟଣ ସାହୁ ଗିରଫ ଘଟଣାରେ ଆଜି ତାଙ୍କ ପରିବାର ଓ ଗ୍ରାମବାସୀ ଗ୍ଦକ୍ଟ୍ରଙ୍କୁ ଭେଟି ନାରାୟଣଙ୍କୁ ମିଥ୍ୟା ଅଭିଜୋଗରେ କମିସନରେଟ ପୋଲିସ ଗିରଫ କରିଥିବା ଅଭିଯୋଗ କରିଛନ୍ତି . . ପୋଲିସ ନାରାୟଣଙ୍କୁ ତାଙ୍କଗାଁ ଓଡଗାଁ ସୁନାମୁହୀଁରୁ ଗିରଫ କରିବାର ୨ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାକାଣ୍ଡରେ ବ୍ୟବହୃତ ମାରାଣାସ୍ତ୍ରକୁ ପୋଲିସ ଜବତ କରିବାରେ ବିଫଳ ହୋଇଛି। ତେବେ ପୋଲିସ ନାରାୟଣଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ପାଇପାରି ନଥିବା ଗ୍ରାମବାସି ଓ ପରିବାର ଅଭିଯୋଗ ଆଣିବା ସହ ଏହି ଘଟଣାରେ ନାରାୟଣ ନିର୍ଦ୍ଦାେସ ବୋଲି କହିଛନ୍ତି। ଏନେଇ ପରିବାର ଓ ଗ୍ରାମବାସୀମାନେ ନୟାଗଡ ଏସପିଙ୍କୁ ଅଭିଯୋଗ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ଏକ ଦାବିପତ୍ର ଗ୍ଦକ୍ଟ୍ରଙ୍କୁ ଦେଇଛନ୍ତି. . ସାଇକୋ କିଲର ନାରାୟଣ ସାହୁକୁ କମିସନରେଟ ପୋଲିସ ନୟାଗଡ ଜିଲ୍ଲା ଓଡଗାଁ ସୁନାମୁହିଁରୁ ୨ଦିନ ତଳେ ୩ଟି ସିରିୟଲ ହତ୍ୟା କାଣ୍ଡରେ ଗିରଫ କରିଥିଲା .। ତେବେ ଏଘଟଣାରେ କଟକ ଏସପିଙ୍କ ସହ ଯୋଗାଯୋଗ ପରେ ଯାହା କିଛି ପଦକ୍ଷେପ ନିଆଜିବ ବୋଲି କହିଛନ୍ତି ନୟାଗଡ ଅତିରିକ୍ତ ଏସପି।