ବେଲଗୁଣ୍ଠା ଗୋଷ୍ଠି ଶିକ୍ଷାଧିକାରୀକୁ ବିଦାୟକାଳିନ ସମ୍ବର୍ଦ୍ଧନା
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ଗୋଷ୍ଠି ଶିକ୍ଷାଧିକାରୀ ବୃନ୍ଦାବନ ପାଢୀ ଓ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ବଳରାମ ସାମନ୍ତରାୟଙ୍କ ବିଦାୟ କାଳିନ ଦିବସ ଅବସରରେ ତନ୍ନରଡା କ୍ଲଷ୍ଟ ତରଫରୁ ବୁଧବାର ଦିନ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଉସ୍ରବ ଅନୁଷ୍ଠିତ ହୋଇଯାଇଛି । ଏହି ଉସ୍ରବରେ ସଭାପତିତ୍ୱ ସିଆରସିସି ସନ୍ତୋଷ କୁମାର ନାୟକ ସଭା ପତିତ୍ୱ କରିଥିବାବେଳେ । ଗୋଷ୍ଟି ଶିକ୍ଷାଧିକାରୀ ବଳରାମ ସାମନ୍ତରାୟ ପରିଚାଳନା କରିଥିଲେ । ଗୋଷ୍ଠି କାର୍ଯ୍ୟାଳୟ ତରଫରୁ ବଳରାମ ସାମନ୍ତରାୟଙ୍କୁ ପ୍ରୋଭିଜିନାଲ ଆଦେଶ ନାମା ପ୍ରଦାନ କରାଯାଇଥିଲା ।ଏହି ସମ୍ଭର୍ଦ୍ଦନା ଉସ୍ରବକୁ ମୃତ୍ୟୁଞ୍ଜୟ ପଣ୍ଡା ,ସୁରେଶ କୁମାର ମହାପାତ୍ର ,ପ୍ରମୁଖ ପରିକଚାଳନାରେ ସାହାର୍ଯ୍ୟ କରିଥିବା ବେଳେ ସଭା ଶେଷରେ ବରିଷ୍ଠ ଶିକ୍ଷକ ସୁବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


