ସାଇବର ଅପରାଧକୁ ନେଇ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜନହର ନିକଟରେଥିବା ଅର୍ବାନ ପଡିଆ ଠାରେ ସାଇବର ଅପରାଧକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ ରିବନ କାଟି ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟତଃ ଆଜିକାଲି ଯେଉଁ ଭଳି ଭାବେ ବିଭିନ୍ନ ସ୍ଥାନରେ ସାଇବର ଅପରାଧ ମାନ ଘଟୁଛି ଏବଂ ସେଥିପାଇଁ ବହୁ ସାଧାରଣ ଲୋକଙ୍କ ଅନେକ ଅର୍ଥ ଲୁଟ କରାଯାଉଛି ସେଥିରୁ ନିବୃତ ରହିବାପାଇଁ ସଚେତନ ହେବା ଆବଶ୍ୟକ ସେ ବିଷୟରେ କୁହାଯାଇଥିଲା । ମୁଖ୍ୟତଃ ଯେ କୌଣସି ସାଧାରଣ ଲୋକେ ନିଜର ଏଟିଏମ୍ ପିନ୍ ନମ୍ବରକୁ ସୁରକ୍ଷିତ ରଖିବା ଏବଂ ଏହା କୌଣସି ବାହାର ଲୋକଙ୍କୁ ନଦେବାପାଇଁ ପରାମର୍ଶ ଦିଆଯାଇଥିଲା । ଅନ୍ୟପକ୍ଷରେ ଆଜିକାଲି ମୋବାଇଲ ଫୋନ ଯୋଗେ ଅନେକ ପ୍ରକାର ଆର୍ଥିକ କାରବାର କରାଯାଉଥିଲେ ମଧ୍ୟ ନିଜର ଆକାଉଣ୍ଟ ନମ୍ବର ଅନ୍ୟକାହାକୁ ନଜଣାଇ ନିଜେହିଁ ତାକୁ ବ୍ୟବହାର କରିବାକୁ କୁହାଯାଇଛି । ଏହି ନମ୍ବର ଗୁଡିକ ଯଦି କୌଣସି ବ୍ୟକ୍ତିଙ୍କ ହାତରେ ପଡେ ସେମାନେ କୌଶଳ କ୍ରମେ ସାଧାରଣ ଲୋକଙ୍କ ଟଙ୍କା ହଡପ କରୁଥିବାର ଦେଖିବାକୁ ମିଳୁଛି । ଅନେକ ସମୟରେ ମୋବାଇଲକୁ ଲଟେରୀ ଫୁଟିବା, ଋଣ ଦେବା ନାମରେ ଆଦି ବିଭିନ୍ନ ଠକ ସଂସ୍ଥା ପକ୍ଷରୁ ମେସେଜ ଆସୁଛି । ଏଥିପ୍ରତି ଧ୍ୟାନ ନଦେଇ ସେହି ସଂସ୍ଥାକୁ ନିଜର ବିବରଣୀ ପ୍ରଦାନ କରନ୍ତୁନାହିଁ ବୋଲି ସାଧାରଣରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଇବର କ୍ରାଇମ ବିଭାଗର ଗୁଇନ୍ଦା ଅଧିକାରୀ ସଂଜୀବ କୁମାର ପାଢୀ, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଶିକ୍ଷାବିତ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ