ସାଇବର ଅପରାଧ ରୁ ଦୁରେଇ ରହିବା ନିମନ୍ତେ ସଚେତନତା ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ସାଇବର ଅପରାଧିକ କାର୍ଯ୍ୟକଳାପ ରୋକିବା ଏବଂ ଠକାମୀ ଶିକାରରୁ ମୁକ୍ତି ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ସାଇବର ସୁରକ୍ଷା ଅଭିଯାନ ରଥ ଶୁଭାରମ୍ଭ ହୋଇଥିଲା, ଏହି ରଥ ଜିଲ୍ଲାର ବିଭିନ୍ନ ଥାନା ଅଂଚଳ ରେ ବୁଲି ଲୋକଙ୍କୁ ସାଇବର ଠକେଇ ରୁ ଦୁରେଇ ରହିବା ନିମନ୍ତେ ସଚେତନତା କରିଥିଲା । ରବିବାର ଏହା ଉଦାଯାପିତ ହୋଇଯାଇଛି, ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସର ରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହ ଗଞ୍ଜାମ ଏସପି ଜଗମୋହନ ମୀନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖେ ଉପରେ ଆଲୋକପାତ କରିଥିଲେ, ପୋଲିସ ଦିନରାତି ଆମ କୁ ସୁରକ୍ଷା ଦେବା ସହିତ ସୁରକ୍ଷିତ ରହିବା ନିମନ୍ତେ ମଧ୍ୟ ଏଭଳି ସଚେତନତା କାର୍ଯ୍ୟ କରୁଥିବା ରୁ ସେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଏସପି ତଥା ନୋଡାଲ ଅଫିସ ରଂଜିତ କୁମାର ପୃଷ୍ଟି ସଂଯୋଜନା କରିଥିଲେ, ଏହି ଅବସରରେ ଏକ ସଚେତନତା ନାଟକ ଏବଂ ବିଭିନ୍ନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ ରେ ଛତ୍ରପୁର ଏସଡିପିଓ ଗୈାରହରୀ ସାହୁ, ଛତ୍ରପୁର ଥାନା ଅଧିକାରୀ ନୀରୋଦ କୁମାର ଦାଶ, ଏଲଡିଏମ କେ.ସି ନାୟକ, ସାଇବର ସୁରକ୍ଷା ଟିମ,ଛତ୍ରପୁର ଥାନା ର ବହୁ ପୋଲିସ କର୍ମଚାରୀ , ପ୍ରତିଭା ଆବାସୀକ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ