ସାଇବାର ଥାନାକୁ ପ୍ରଥମ ସଫଳତା
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରରେ ସାଇବର ଥାନାରେ ରୁଜୁ ପ୍ରଥମ ମାମଲାର ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ୧/୨୯.୧୨.୨୦୨୧ ନଂର ମାମଲାରେ ଅନୁସନ୍ଧାନ ସହ ବିଭିନ୍ନ ରାଜ୍ୟରୁ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ପଶ୍ଚିମଙ୍ଗ ମୁର୍ଶିଦାବାଦ ଅଞ୍ଚଳର ସମଦ ଅଲିଙ୍କ ପୁତ୍ର ସମିମ ଅହମ୍ମଦ(୩୨), ଝାଡ଼ଖଣ୍ଡ ଦେଓଘର ଅଞ୍ଚଳର ମହମ୍ମଦ କୁରବାନଙ୍କ ପୁତ୍ର ମହମ୍ମଦ ଆଜାଦ ଅନସାରୀ(୨୫), କୋଲକାତାର ତଲତାଲାର ଏଜାଜ ଅହମ୍ମଦଙ୍କ ପୁତ୍ର ସାଜିଦ ଇକବାଲ (୧୯), କୋଲକାତା ପାର୍କଷ୍ଟ୍ରିଟ ଅଞ୍ଚଳଳର ସ୍ୱର୍ଗତ ମନୋବର ହୁସେନଙ୍କ ପୁତ୍ର ନିଆଜ ହୁସେନ ଓରଫ ଅର୍ମାନ (୨୮) ଏବଂ ଓଡ଼ିଶାର ସୁନ୍ଦରଗଡ଼ ଜିଲା ରଙ୍ଗାଢିପା ଅଞ୍ଚଳର ସ୍ୱର୍ଗତ ଅବଦୁଲ ରସିଦଙ୍କ ପୁତ୍ର ମହମ୍ମଦ ରାହିଲ ଓରଫ ରାହିଲ ମେମନ(୨୫) । ସେମାନଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କର ୧୪ଗୋଟି ଏଟିଏମ କାର୍ଡ଼, ନଗଦ ୧ଲକ୍ଷ ୬୯ ହଜାର ଟଙ୍କା, ବିଭିନ୍ନ କମ୍ପାନିର ୩୯ଟି ସିମକାର୍ଡ଼ ସମେତ ୧୦ ଗୋଟି ମୋବାଇଲ ଫୋନ ପୁଲିସ ଜବତ କରିଥିବା ସାଇବର ଥାନା ଅଧିକାରିଣୀ ମୀନା ବିନ୍ଧାଣୀ ଏକ ସମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି । ନୀଳଗିରି ବାଲିଗୋହିରୀ ଅଞ୍ଚଳର ସମୀର ପ୍ରଧାନଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ପାତ୍ରଙ୍କ ବାଲେଶ୍ୱର ଇଣ୍ଡିସଇଣ୍ଡ ବ୍ୟାଙ୍କରେ ଥିବା ତାଙ୍କ ଜମାଖାତାରୁ ୧୨ ଲକ୍ଷ ୪୫ ହଜାର ଟଙ୍କାର ସ୍ଥାୟୀ ଜମା (ଫିକ୍ସଡ ଡିପୋଜିଟ)ରାଶି ଗତ ୨୮ ତାରିଖରେ ହଠାତ ଉଭାନ ହାଇଯାଇଥିଲା । ଏହାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ଶ୍ରୀମତୀ ପାତ୍ର ସାଇବର ଥାନାରେ ଏତଲା ଦେଇଥିଲେ । ସେହିକ୍ରମରେ ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ପୁଲିସ ଟିମ ବିଭିନ୍ନ ରାଜ୍ୟକୁ ଯାଇ ସେଠାକାର ପୁଲିସ ସହାଯ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସୁନ୍ଦରଗଡ଼ର ରାହିଲ ମେନନଙ୍କୁ ପ୍ରଥମେ ଠାବ ସହ ପୁଲିସ ତାଙ୍କ ନିକଟରୁ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଥିଲା ବୋଲି ସାଇବର ଥାନାଧିକାରିଣୀ ଶ୍ରୀମତୀ ବିନ୍ଧାଣୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ର।କେଟର ମୁଖ୍ୟ ତଥା ମାଷ୍ଟର ମାଇଣ୍ଡ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ ଧରାଯିବ ବୋଲି ସେ କହିଛନ୍ତି ।


