ସାଇସେବା ଗୁରୁକୂଳର ବାର୍ଷିକ କ୍ରୀଡ଼ା ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦାସ୍ଥିତ ସାଇସେବା ଗୁରୁକୂଳ ପରିସରରେ ତ୍ରିଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୀନବନ୍ଧୁ ଜେନା ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏଥିରେ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ରାଜେନ୍ଦ୍ର ନାରାୟଣ ଲେଙ୍କା, ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ବାରିକ ଯୋଗଦେଇ ଶିକ୍ଷା ଗ୍ରହଣ ସହ ସାଧାରଣ ଜୀବନରେ କ୍ରୀଡ଼ାର ଅବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବର୍ଗରେ ଭାଗ କରାଯାଇ ଗଣିତ ଦୌଡ, ମ୍ୟୁଜିକ୍ ଚେୟାର, ଲମ୍ବଡିଆଁ, ଉଚ୍ଚଡିଆଁ, ୧୦୦ମିଟର, ୨୦୦ମିଟର ଦୌଡ଼, ଗୋଳା ଡିଆଁ, ଦୌଡି ଡିଆଁ, ନିଡିଲ୍ ରେସ୍, ପୁଚି, ବ୍ୟାଡ୍ମିଣ୍ଟନ, ବେଙ୍ଗଡିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୩୦୦ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଗୁରୁଜୀ ବ୍ରଜେନ୍ଦ୍ର ନାରାୟଣ ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ରମାକାନ୍ତ ପାତ୍ର ଘୋଷକ ଦାୟୀତ୍ୱ ତୁଲାଇଥିଲେ । କୁଳୁକୂଳର ସମସ୍ତ ଗୁରୁଜୀ, ଗୁରୁମା ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ସାଇସେବା ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ ଜଳଧର ଭୂୟାଁ କ୍ରୀଡ଼ା ପତାକା ଅବତରଣ କରିଥିଲେ ।