ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ ସହ ବୃକ୍ଷ ରୋପଣ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସକାଳ ୭.୩୦ ମିନିଟ ସମୟରେ ଭଞ୍ଜନଗର ସାଇ ଗୁରୁକୁଳ ବିଦ୍ୟାଳୟ ପରିସର ମଧ୍ୟରେ ୭୪ ତମ ସ୍ବାଧୀନତା ଦିବସ ନିରାଡ଼ମ୍ବର ଭାବରେ ପାଳନ ହୋଇଯାଇଛି। ଏହି ଉତ୍ସବ ପାଳନ ଅବସରରେ ବିଦ୍ୟାଳୟ ର ସଭାପତି ଶୂଳପାଣି ଶତପଥୀ , ଅଧ୍ୟକ୍ଷ ଅଜିତ କୁମାର ଶତପଥୀ , ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। କୋଭିଡ଼-୧୯ ନିୟମ ପାଳନ ପୂର୍ବକ ଏହି କାଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ସଭାପତି ସକାଳ ୭.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଜାତୀୟ ସଙ୍ଗୀତ ଗାନ କରି ଜାତି , ଦେଶ ମାତୃକା ପ୍ରତି ଅନୁରାଗ ଓ ଦେଶଭକ୍ତି ସମ୍ପକରେ ସେ ଆଲୋକପାତ କରିଥିଲେ। ଏହି ଅଵସରରେ ବିଦ୍ୟାଳୟର ନିର୍ଦ୍ଦେଶକ ଗୌରଚନ୍ଦ୍ର ରାଉତଙ୍କ ଅକାଳ ବିୟୋଗରେ ସମସ୍ତ ସଭ୍ୟ ଅତ୍ୟନ୍ତ ମର୍ମାହତ ହେବା ସହ ତାଙ୍କରି ନିର୍ବାଣ ପ୍ରାପ୍ତି ଉଦେଶ୍ୟରେ ୧ମିନିଟ ନୀରବ ପାର୍ଥନା କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସବୁଥର ପରି ଏଥର ମଧ୍ୟ ୨ୟ ଥର ପାଇଁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷ ସହ ପରିବେଶ ଓ ମନୁଷ୍ୟ ଜୀବନ କିପରି ଭାବେ ଜଡିତ ଅଟେ ସେ ସମ୍ପର୍କରେ ରେ ସ୍ଲୋଗାନ ଦିଆଯାଇଥିଲା