ସାଇ ଦେବରାଜ ଏଜେନ୍ସି ପକ୍ଷରୁ ଖବରକାଗଜ ବିତରକଙ୍କୁ ମାସ୍କ ବଣ୍ଟନ

ବାଲେଶ୍ୱର:ବର୍ତ୍ତମାନ ସାରା ପୃଥିବୀରେ କରୋନା ମହାମାରୀରେ ପରିଣତ ହୋଇଛି ।ଏହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନ ସାଧାରଣଙ୍କୁ ମହାମାରୀ କରୋନା ପାଇଁ ସଚେତନ ମଧ୍ୟ କରୁଛନ୍ତି ।ରାଜ୍ୟ ସରକାର ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ଥିବା ବେଳେ ବହୁ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି,କିନ୍ତୁ ଏହି ଭଳି ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇ ଚାଲିଛନ୍ତି ବାଲେଶ୍ୱର ସହରର ୧୦୦ରୁ ଅଧିକ ଖବରକାଗଜ ବିତରକ(ହକର), ଯେଉଁ ମାନେ ପ୍ରତିଦିନ ହାରାହାରୀ ୨୫୦୦୦ ଘରକୁ ଘର ବୁଲି ଖବରକାଗଜ ବିତରଣ କରିଥାନ୍ତି ।ଏହି ଭଳି ସମୟରେ ବାଲେଶ୍ୱର ସହରର ସମସ୍ତ ଖବରକାଗଜ ବିତରକ(ହକର)ଙ୍କୁ ସାଇ ଦେବରାଜ ଏଜେନ୍ସି ତରଫରୁ ମାସ୍କ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ,ବାଲେଶ୍ୱର ଜିଲ୍ଲା ଶିଶୁ ମଙ୍ଗଳ ସଦସ୍ୟ ଆଶିଷ ଘୋଷ,ଖବରକାଗଜ ବିତରକ ସଂଘ ସଭାପତି ଅରୁଣ କୁମାର ସ୍ୱାଇଁ ଆଜି ସକାଳ ୫ ଘଟିକାରେ ବାଲେଶ୍ୱର ରେଲୱେ ଷ୍ଟେସନ ସ୍ଥିତ ଦୂର୍ଗା ମଣ୍ଡପରେ ପହଁଚି ସମସ୍ତ ଖବରକାଗଜ ବିତରକ(ହକର)ଙ୍କୁ ମାସ୍କ ବଣ୍ଟନ କରିବା ସହ ଏହିଭଳି ପରିସ୍ଥିତିକୁ କେମିତି ମୁକାବିଳା କରିବେ ତାହା ଉପରେ ସଚେତନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସାଇ ଦେବରାଜ ଏଜେନ୍ସିର ମୁଖ୍ୟ ଧିରେନ କୁମାର ନାୟକ ପରିଚାଳନା କରିଥିବା ବେଳେ ଖବରକାଗଜ ବିତରକ ସଂଘର ସଂପାଦକ ଅନିରୁଦ୍ଧ ଲେଙ୍କା,ଉପ ସଭାପତି ଅଭୟ ପ୍ରଧାନ,କୋଷାଧ୍ୟକ୍ଷ ଯୋଗେନ୍ଦ୍ର ତପସ୍ୱୀ,ଗୌରଗୋପାଳ ଦାସ,ଲକ୍ଷ୍ମଣ ଗୋଚ୍ଛାୟତ,ଗଜେନ୍ଦ୍ର ତପସ୍ୱୀ,ଶଶିକାନ୍ତ କୁଅଁର,ବସନ୍ତ କୁଅଁର,ହରିଆ ସେନ,ପ୍ରଶାନ୍ତ କୁଅଁର,ମଣିଆ ମହାନ୍ତି ଏବଂ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ