ସାଇ ମନ୍ଦିରରୁ ସୁନା ଅଳଙ୍କାର ଚୋରି
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଂଜନଗର ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ । ରାତି ତମାମ୍ କଲେ ତୁମୁଳ କାଣ୍ଡ । ଗତ ବିଳମ୍ବିତ ରାତିରେ ଏକ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣା ସାମ୍ନା କୁ ଆସିଛି । ଭଞ୍ଜନଗର ବାଇପାସ୍ ରୋଡ଼ ରେ ଥିବା ଶିରିଡ଼ି ସାଇ ମନ୍ଦିରରୁ ଗତ କାଲି ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ । ତେବେ ରାତି ପ୍ରାୟ ଗୋଟାଏ ସମୟରେ ମନ୍ଦିରର ପଛପଟ ଫାଟକକୁ ଭାଙ୍ଗି ଠାକୁରଙ୍କ ପ୍ରତିମୂର୍ତ୍ତି ରେ ଲଗାଯାଇଥିବା ରୂପା ଏବଂ ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଲୁଟ କରିନେଇଛନ୍ତି ଚୋର । ଯାହା ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ ରୁ ଜଣାପଡ଼ୁଛି କେଉଁଭଳି ଭାବେ ଚତୁରତାର ସହ ମନ୍ଦିର ଭିତରେ ଚୋରି କରି ଖସି ଯାଇଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ୍ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି । ଛତ୍ରପୁରରୁ ସନ୍ଧାନି କୁକୁର ଆସିବା ନେଇ ମଧ୍ୟ ଜଣାପଡିଛି ।