ସାଉଥକୋର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାଯ୍ୟଳୟ ଘେରାଉ

ଜୟପୁର,(ଓ୍ବାଇଏନ୍ଏସ୍): ଜୟପୁର ସାଉଥକୋର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାଯ୍ୟାଳୟ କୁ ଘେରାଉ କରିଛି ପବ୍ଲିକ ରାଇଟ୍ ଆସୋସିଏସନ । ଆସୋସିଏସନର ସଭାପତି ଦେବେନ୍ଦ୍ର ବାହିନିପତି ଙ୍କ ନେତୃତ୍ୱରେ ଘେରାଉ କରାଯାଇ ଦାବୀ ପତ୍ର ପ୍ରଦାନ କରାଯାଇଛି । ଅଧିକ୍ଷଣ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ନିବାହୀଯନ୍ତ୍ରୀ ପ୍ରଫୁଲ କୁମାର ଗୌଡ ଙ୍କୁ ଦାବୀ ପତ୍ର ପ୍ରାଦନ କରାଯାଇଛି । ଆସୋସିଏସନ ର ସଭାପତି ଦେବେନ୍ଦ୍ର ବାହିନିପତି ଅଭିଯୋଗ କରିଛନ୍ତି ଯେ ସୌଭାଗ୍ୟ ଯୋଜନା ରେ ଉପଭୋକ୍ତାଙ୍କୁ ଠିକ ସମୟରେ ବିଲ ଦିଆଯାଉ ନାହିଁ । ୬ ମାସ ୧ ବର୍ଷ ର ବିଲ ଏକା ସହିତ ଦିଆଯାଉଛି । ସେମାନେ ଗିରବ ଶ୍ରେଣିର ହୋଇଥିବା ବେଳେ ଏକା ସହିତ କିପରି ବିଲ ପୈଠ କରିବେ ? ଏହାସହ ବ୍ୟବହାର ଠାରୁ ଅଧିକା ବିଲ ଦିଆଯାଉଛି । ବିଦ୍ୟୁତ ସଂଯୋଗ ନଥିବା ବକ୍ତିଙ୍କ ନାମରେ ବିଲ ଆସୁଛି । ତେଣୁ ଏହାର ଉଚ୍ଚ ସ୍ତରିୟ ତଦନ୍ତ କରିବାକୁ ଦାବୀ ହୋଇଛି । ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ସୌଭାଗ୍ୟ ଯୋଜନା ମାଧ୍ୟମରେ ବିଜୁଳି ସଂଯୋଗ ପାଇଥିବା ହିତାଧିକାରିଙ୍କ ଗୃହରେ ମିଟର ସଂଯୋଗ ନକରି ମନଇଛା ଏବଂ ଏକକାଳିନ ବିଜୁଳି ବିଲ ପ୍ରଦାନ କରାଯାଇଉଛି । ଫଳରେ ଉପଭୋକ୍ତମାନେ ଆର୍ଥକ ସସମ୍ୟାର ସମ୍ମୁଖିନ ହେଉଛନ୍ତି । ତେଣୁ ଗୃହରେ ମିଟର ଲଗାଯାଇ ବକେୟା ଥିବା ସମସ୍ତ ବିଜୁଳି ବିଲ ଛାଡ କରାଯାଉ, ନଚେତ୍ କିସ୍ତିରେ ବିଜୁଳି ଦର ଆଦାୟ କରାଯାଉ । ବିଜୁଳି ବିତରକ କମ୍ପାନୀର ପ୍ରସ୍ତାବିତ ୟୁନିଟ ପିଛା ୨୦ ପଇସା ଦରବୃଦ୍ଧି କୁ ଆସୋସିଏସ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଛି । ଏହି ଘେରାଉ ବିକ୍ଷୋଭ ରେ ଅମର ଲାଲା ଆହୁଜା, ନରସିଂହ ନାୟକ, ସିମାଞ୍ଚଳ ସୁଆର, କନ୍ଦର୍ପ ପାଣିଗ୍ରାହୀ, ସାହେବ ମହାରଣା, ଅନିଲ ମିଶ୍ର, ରାଜେନ୍ଦ୍ର ପାତ୍ର, ରମେଶ ବିଷୋୟୀ, ଗୌର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ