ସାଉଥ୍‍କୋ ପାୱାର ଇଞ୍ଚିନିୟର୍ସ ଏସୋସିଏସନ୍‍ର ସାଧାରଣ ବୈଠକ

ଆସିକା, (ଯୁଗାବ୍ଦ ନ୍ୟୁଜ):ସାଉଥ୍‍କୋ ପାୱାର୍‍ ଇଞ୍ଜିନିୟର୍ସ ଏସୋସିଏସନ୍‍ର ସାଧାରଣ ବୈଠକ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏସୋସିଏସନ୍‍ର ବିଭିନ୍ନ ପଦପଦବୀ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଟିପିଏସ୍‍ଓଡିଏଲ୍‍ ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ତଥା ସୁସଂଗଠକ ଇଂ ରାକେଶ୍‍ କୁମାର ପାତ୍ର କ୍ରମାଗତ ଦ୍ୱିତୀୟ ଥର ପାଇଁ ସାଉଥ୍‍କୋ ପାୱାର୍‍ ଇଞ୍ଜିନିୟର୍ସ ଏସୋସିଏସନ୍‍ର ଆସିକା ସର୍କଲ ସକାଶେ ଯୁଗ୍ମ ସଂପାଦକ ରୂପେ ଅପ୍ରତିଦ୍ୱନ୍ଦୀ ଭାବେ ମନୋନୀତ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ଦୀର୍ଘ ବର୍ଷ ଧରି ସାଉଥ୍‍ ପାୱାର୍‍ ଇଞ୍ଜିିନିୟର୍ସ ଏସୋସିଏସନ୍‍ର ଜଣେ ଶୃଙ୍ଖଳିତ ସଦସ୍ୟ ରୂପେ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସାଙ୍ଗକୁ ସଦସ୍ୟମାନଙ୍କ ବିଭିନ୍ନ ନ୍ୟାୟୋଚିତ ଦାବୀ ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଉପାୟରେ ଅହରହ ପ୍ରୟାସ ଜାରି ରଖି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସୁସଂଗଠକ ଇଂ ରାକେଶ୍‍ କୁମାର ପାତ୍ରଙ୍କୁ ସଂଗଠନ ପକ୍ଷରୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ସେ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଛି । ସାଉଥ୍‍କୋ ପାୱାର୍‍ ଇଞ୍ଜିନିୟର୍ସ ଏସୋସିଏସନ୍‍ର ଆସିକା ସର୍କଲର ଯୁଗ୍ମ ସଂପାଦକ ରୂପେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମନୋନୀତ ହୋଇଥିବାରୁ ଇଂ ଜଗଦିଶ୍‍ ପ୍ରସାଦ ମହାପାତ୍ର, ଇଂ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ, ଇଂ ନିତେଶ୍‍ ସୁବୁଦ୍ଧି, ଇଂ ସୁନିଲ୍‍ କୁମାର ସ୍ୱାଇଁ, ଇଂ ସିଲା ଭିତ୍‍, ଇଂ ସ୍ମୃତିରଂଜନ ଦାଶ, ଇଂ ଅଭିଷେକ ଆଚାର୍ଯ୍ୟଙ୍କ ସମେତ ବହୁ ଶୁଭେଚ୍ଛୁ ଓ ସମର୍ଥକ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ