ସାଙ୍ଗକୁ ଟାଙ୍ଗିଆରେ ହତ୍ୟାକଲା ସାଙ୍ଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସାମାନ୍ୟ ବଚସାକୁ ନେଇ ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ସାଙ୍ଗକୁ ଟାଙ୍ଗିଆରେ ହତ୍ୟା କରିଛି ଜଣେ ସାଙ୍ଗ । ଘଟଣାଟି ଏହି ଅଞ୍ଚଳର ଖାଣ୍ଡବା ଗ୍ରାମରେ ଗତକାଲି ଘଟିଛି । ଦୀର୍ଘଦିନର ୨ସାଙ୍ଗଙ୍କ ମଧ୍ୟରେ ହଠାତ୍ କଥା କଟାକଟି ଓ ବଚସା ଯୋଗୁଁ ଏହି ଅଭାବନୀୟ ହତ୍ୟାକାଣ୍ଡ ଘଟିଥିବା ସୁଚନା ମିଳିଛି । ଖାଣ୍ଡବା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୁଇ ସାଙ୍ଗ ସାମିଏଲ ପାଲକା(୪୦) ଓ ଧନୁଞ୍ଜୟ ଜେନା(୪୦) ମଧ୍ୟରେ ବଚସା ହୋଇ ଉଭୟଙ୍କ ମଧ୍ୟରେ ମରାପିଟା ହୋଇଥିଲା । ଏଥିରେ ସାମିଏଲ(୪୦) ଅତ୍ୟନ୍ତ ଉତ୍ତେଜିତ ହୋଇ ଟାଙ୍ଗିଆ ଚୋଟରେ ଧନୁଞ୍ଜୟ ଜେନା(୪୦)ଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଧନୁଞ୍ଜୟଙ୍କ ମୃତ୍ୟୁ ଘଟିଛି । କାଶୀନଗର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଏ ନେଇ ସୁଚନା ଦେଇଛନ୍ତ୍,ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଥାନାରେ ୫୧/୨୦ରେ ଏକ ମାମଲା ରୁଜୁ କରାଯାଇ ହତ୍ୟାକାରୀ ସାମିଏଲକୁ ଅଟକ ରଖାଯାଇ ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।


